Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କୋଭିଡ ସଂକ୍ରମିତ ମୃତଦେହକୁ ନେଇ ଜଙ୍ଗଲରେ ଫୋପାଡ଼ିଦେଲେ ସରକାରୀ ଅଧିକାରୀ, ସଂକ୍ରମଣ ଆଶଙ୍କାରେ ଆତଙ୍କିତ ଅଞ୍ଚଳବାସୀ

11/05/2021 at 4:52 PM

ଢେଙ୍କାନାଳ, ୧୧/୦୫: କୋଭିଡ ଭଳି ମହାମାରୀର ସଂକ୍ରମଣ ସାରା ବିଶ୍ୱ ବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଫଳରେ  ସଂକ୍ରମଣ ରୋକିବାକୁ ବାଧ୍ୟହୋଇ ଲକଡାଉନ ସର୍ଟଡାଉନ ଆଦି ଘୋଷଣା ଯୋଗୁଁ ଅର୍ଥନୀତି ଭୁଶୁଡି ଗଲାଣି । ଏପଟେ କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରଶାସନର ବେଫିକର ମନୋଭାବ ଲୋକଙ୍କୁ ଚିନ୍ତାର ପକାଇଛି । 

ସୂଚନା ମୁତାବକ, କାମାକ୍ଷାନଗର ମୁଂଡିଦେଉଳି ଅଂଚଳର ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରିବାରର ୫ଜଣ ସଦସ୍ୟ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନରେ ଚିକିତ୍ସିତ  ହେଉଛନ୍ତି । ହେଲେ ଉକ୍ତ ଶିକ୍ଷକ ଘରେ ଆଇସଲେସନରେ ଥିବାବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର ଦୀର୍ଘ ୧୨ଘଣ୍ଟା ବିତି ଯାଇଥିଲେ ମଧ୍ୟ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ସାହି ପଡିଶାଙ୍କ ପର୍ଯ୍ୟନ୍ତ ସଂକ୍ରମଣ ଭୟରେ କେହି ପାଖକୁ ଯାଇନଥିଲେ ।

ଏହି ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ମୃତଦେହକୁ ବନ୍ଦ ଘରୁ ଉଦ୍ଧାର କରି ଶବକୁ ସତ୍କାର କରିବା ପାଇଁ ନେଇଥିଲେ । ମାତ୍ର ସଂକ୍ରମଣ ଠାରୁ ଦୁରେଇବାପାଇଁ ଯତ୍ନର ସହ ଶବ ଦାହ କରିବା ପରିବର୍ତ୍ତେ କୋଭିଡ ଆକ୍ରାନ୍ତ ଶବକୁ ଫୋପାଡ଼ି ଦେଇଥିବା ଜଣାପଡିଛି ।

ଫଳରେ ଏହି କୋଭିଡ ଆକ୍ରାନ୍ତଙ୍କ ମୃତଦେହ ଗୁଣ୍ଡିଚାନାଳି ଗ୍ରାମ ଠାରୁ କିଛି ଦୂରରେ ପଡିରହିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟରେ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତଶରୀରକୁ ଏପରି ବେପରୁଆ ଭାବେ ଫୋପାଡ଼ି ଦେବା ଶବ ପ୍ରତି ଘୋର ଅପମାନ ହୋଇଛି । ସେପଟେ ଖୋଲା ଆକାଶ ତଳେ ପଡି ରହିଥିଭା କୋଭିଡ ଆକ୍ରାନ୍ତ ମୃତଦେହକୁ କୌଣସି ଜଙ୍ଗଲୀ ପଶୁ ବା କୁକୁର ମାଧ୍ୟମରେ ସଂକ୍ରମଣ ହେବାର ଭୟ ସମସ୍ତଙ୍କୁ ଘାରିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳ ବାସୀ ସଂକ୍ରମଣ ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି ।

   Related Posts