ICU ରେ ଭର୍ତ୍ତି ହେଲେ ଆଶାରାମ ବାପୁ: କରୋନାରେ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା

Published By : Prameya-News7 Bureau | May 06, 2021 IST

ରାଜସ୍ଥାନ୬/୫ : ICU ରେ ଭର୍ତ୍ତି ହେଲେ ଆଶାରାମ ବାପୁ । ଜେଲରୁ ସିଧା ଗଲେ ହସ୍ପିଟାଲ । କରୋନାରେ ସଂକ୍ରମିତ ହୋଇ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ରାଜସ୍ଥାନର ସେଣ୍ଟ୍ରାଲ ଜେଲରେ ୮୦ ବର୍ଷୀୟ ଆଶାରାମଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା । ତାଙ୍କ ଅବସ୍ଥା ଦେଖି ଜେଲ ପ୍ରଶାସନ ତାଙ୍କୁ ଡାକ୍ତରଖାନା ନେଇଛନ୍ତି ।

ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ MGH କୋଭିଡ ସେଣ୍ଟରକୁ ପଠାଯାଇଛି । ତିନି ଦିନ ପୂର୍ବେ ତାଙ୍କଠାରେ କରୋନାର ଲକ୍ଷଣ ଦେଖାଯାଇଥିଲା । ପରେ ପରୀକ୍ଷା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ସେଠିକରେ ନିଶ୍ୱାସ ନେଇପାରିନଥିବା ଜେଲେ ପ୍ରଶାସନକୁ ଜଣାଇଥିଲେ । ଗତ ଫେବୃଆରୀରେ ମଧ୍ୟ ଆଶାରାମଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ନାବାଳିକା ଦୁଷ୍କର୍ମ ମାମଲାରେ ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଆଶାରାମ । କେବଳ ସେତିକି ନୁହେଁ ତାଙ୍କ ନାଁରେ ନରବଳି ଓ ହତ୍ୟା ଭଳି ଅନେକ ଗୁରୁତର ମାମଲାରେ ରହିଛି । ସେ ଏଥିରେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.