କୋଭିଡ୍ ମୁକାବିଲାରେ ଇତିହାସ ରଚିଲା ଭାରତ : ୧୦୦ କୋଟି ନାଗରିକଙ୍କୁ ଦିଆଗଲା ଟିକା

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦:  ଭାରତରେ ଟିକାକରଣ ୧୦୦ କୋଟି ଛୁଇଁଛି । ଟିକାକରଣରେ ଇତିହାସ ରଚିଛି ଭାରତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ରାମ ମନୋହର ଲୋହିୟା ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହ ସେ ଦେଶବାସୀଙ୍କୁ ଉଦବୋଧନ ଦେବେ ।

ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବିକେ ପଲ ୧୦୦ କୋଟି ଟିକାକରଣକୁ ନେଇ କହିଛନ୍ତି ଯେ, ଭାରତବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା । ଭାରତ ଟିକାକରଣ ଆରମ୍ଭ ହେବାର ମାତ୍ର ୯ ମାସରେ ଏହି ଉପଲବ୍ଧି ହାସଲ କରିଛି । କୌଣସି ରାଷ୍ଟ୍ରପାଇଁ ୧ ବିଲିୟନ ଡୋଜ୍ ଉଲ୍ଲେଖନୀୟ ଅଟେ ।

ଏହି ଅବସରରେ ଲାଲକିଲ୍ଲାରେ ସବୁଠାରୁ ବଡ ତ୍ରିରଙ୍ଗା ଉଡିବ । ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡେଭ୍ୟ ଥିମ୍ ସଙ୍ଗ୍ ଲଞ୍ଚ୍ କରିବେ । ରେଳଷ୍ଟେସନ ସହ ମେଟ୍ରୋ ଷ୍ଟେସନ ଭଳି ସାର୍ବାଜନୈକ ସ୍ଥାନରେ ଏନେଇ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ସେହିପରି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, କରୋନା ଗାଇଡଲାଇନ ଜନତା ଠିକ୍ ଭାବେ ପାଳନ କରିଛନ୍ତି । ଜନତାଙ୍କ ଇଚ୍ଛାଶକ୍ତି, ଆତ୍ମଶକ୍ତି ଓ ବିଶ୍ୱାସ କାରଣରୁ ଦେଶରେ ୧୦୦ କୋଟି ଟିକାକରଣ ହୋଇପାରିଛି ।

ସୂଚନାଯୋଗ୍ୟ, ଭାରତରେ ୭୪.୯ ପ୍ରତିଶତ ପ୍ରାପ୍ତ ବୟସ୍କ ଅତିକମରେ ଗୋଟିଏ ଡୋଜ୍ ନେଇଛନ୍ତି । ସେହିପରି ୩୦.୯ ପ୍ରତିଶତ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.