Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ

22/04/2020 at 5:00 PM

ସମ୍ବଲପୁର୨୨/୪: ସମ୍ବଲପୁରରେ ଉଦ୍‌ଘାଟନ ହେଲା ସ୍ବତନ୍ତ୍ର କୋଭିଡ ହସ୍ପିଟାଲ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ହସପିଟାଲକୁ ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ପ୍ରଥମ ପର୍ଯ୍ୟାୟରେ ୨୦୦ ଶଯ୍ୟା ଓ ୨୦ଟି ଆଇସିୟୁ ବେଡ କରାଯାଇଛି। ୨୦ଟି ଆଇସିୟୁ ମଧ୍ୟରୁ ବର୍ତ୍ତମାନ ୫ଟି ଆଇସିୟୁ କାର୍ଯ୍ୟ କରିବ। ଖୁବଶୀଘ୍ର ବଲାଙ୍ଗୀରରେ କରାଯିବ କୋଭିଡ୍ ଟେଷ୍ଟ।

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ  ଏହି ହସ୍ପିଟାଲର ଉଦଘାଟନ୍ କରିଛନ୍ତି । ବୁଧବାର ଠାରୁ ଏହି ହସପିଟାଲରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହେବ । ଭୀମ୍‌ସାର ବୁର୍ଲାରୁ ୫୦ ଜଣ ଅଭିଜ୍ଞ ପ୍ରଫେସର, ସହକାରୀ ପ୍ରଫେସର, ଆବାସିକ ଡାକ୍ତରଙ୍କୁ ଏହି କୋଭିଡ୍ ହସ୍ପିଟାଲରେ ନିୟୋଜିତ କରାଯାଇଛି ।ଏହା ବ୍ୟତୀତ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ୧୫ ଜଣ ଡାକ୍ତରଙ୍କୁ ମଧ୍ୟ ଏହି ହସପିଟାଲରେ ଡିୟୁଟି ପ୍ରଦାନ କରାଯାଉଛି ।

ସେହିପରି ପ୍ରତିଦିନ ୩ଟି ସିଫ୍ଟରେ ଏମାନେ କାର୍ଯ୍ୟ କରିବେ। ଡାକ୍ତରମାନେ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗେଷ୍ଟ ହାଉସ ଏବଂ କିଛି ବଛା ବଛା ହୋଟେଲରେ ବ୍ୟବସ୍ଥା କରାଯାଇଛି । ଉଦ୍‌ଘାଟନ ଉତ୍ସବରେ ଜିଲ୍ଲାପାଳ ଓ ସିଡିଏମ୍‌ଓ ଉପସ୍ଥିତ ରହିଥିଲେ। ପ୍ରାଥମିକ ସମୟରେ ଏବେ ୫ଟି ଆଇସିୟୁ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ୧୫ ଦିନ ମଧ୍ୟରେ ବଲାଙ୍ଗୀର କୋଭିଡ ଟେଷ୍ଟ ଆରମ୍ଭ ହେବ ।

   Related Posts