Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପୁରୀରେ କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ, ମୁଖ୍ୟମନ୍ତ୍ରୀ କହିଲେ- ଜିଲ୍ଲାର ରୋଗୀଙ୍କୁ ଆଉ କଟକ କି ଭୁବନେଶ୍ଵର ଆସିବାକୁ ପଡିବ ନାହିଁ

21/05/2021 at 9:14 PM

ପୁରୀ ୨୧।୦୫:  ଏବେ ପୁରୀବାସୀଙ୍କୁ କରୋନା ଚିକିତ୍ସାରେ ମିଳିବ ଉନ୍ନତମାନର ସ୍ଵାସ୍ଥ୍ୟ ସେବା। ପୁରୀ ବାଲିଗୁଆଳିରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ୧୫୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ ହୋଇଛି। ଭିଡିଓ କନଫରେନ୍ସି  ଜରିଆରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲର ଲୋକାର୍ପଣ କରିଛନ୍ତି। ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ତତ୍ତ୍ବାବଧାନରେ ଚାଲିବ ଏହି କୋଭିଡ୍ ହସ୍ପିଟାଲ। ୨୦ଟି ଆଇସିୟୁ,  ୪୦ଟି ଏଚଡିୟୁ ଓ ୯୦ଟି ଜେନେରାଲ୍ ବେଡ୍ ବ୍ୟବସ୍ଥା କରାଯାଇଛି ।

ହସ୍ପିଟାଲର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆଶା କରୁଛି ଜିଲ୍ଲାରେ କରୋନା ସଂକ୍ରମଣର ମୁକାବିଲା ଏବଂ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ହସ୍ପିଟାଲ୍ ବେଶ ସହାୟକ ହେବ। ଏପରିକି ଏବେ ଆଉ ଜିଲ୍ଲାର ରୋଗୀଙ୍କୁ କଟକ କି ଭୁବନେଶ୍ଵର ଆସିବାକୁ ପଡିବ ନାହିଁ।

ହସ୍‌ପିଟାଲ୍‌ର ସମସ୍ତ ବେଡ୍‌କୁ ଅକ୍ସିଜେନ୍‌ ପାଇପ୍‌ଲାଇନ୍ ଓ ଅକ୍ସିଜେନ୍ ସହିତ ଯୋଡ଼ାଯାଇଛି। ଆଗକୁ ଦରକାର ପଡ଼ିଲେ ସଂଖ୍ୟା ଆହୁରି ବଢ଼ାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ହସ୍‌ପିଟାଲ୍‌ର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନା ସହିତ ଲଢ଼ିବାକୁ ଆଗେଇ ଆସିଥିବାରୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ ସାଇନ୍ସ ଓ ସମ୍‌ ହସ୍‌ପିଟାଲ୍‌କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତା ସହିତ ଲୋକମାନଙ୍କୁ କରୋନା ଗାଇଡ୍‌ଲାଇନ ପାଳନ କରିବାକୁ ମୁଖ୍ୟମନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଉଦ୍‌ଘାଟନ ଉତ୍ସବରେ ଭିଡିଓ  କନଫରେନ୍ସ ମାଧ୍ୟମରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ତୁଷାରକାନ୍ତି ମହାନ୍ତି,  ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା , ଜିଲ୍ଲାପାଳ ସମର୍ଥ ବର୍ମା, ସମ୍ ହସ୍ପିଟାଲ୍ ଇନଚାର୍ଜ ପୁଷ୍ପରାଜ ସାମନ୍ତସିଂହାର ଓ ସିଡିଏମ୍ଓ ସୁଜାତା ମିଶ୍ର ପ୍ରମୁଖ ଥିଲେ ଉପସ୍ଥିତ ।

   Related Posts