Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦୁଇ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ ହେବା ପରେ ରେଡ୍ କାର୍ପେଟ୍‌ରେ କରାଗଲା ସ୍ବାଗତ

2/06/2020 at 8:53 PM

ମଙ୍ଗଳବଜାର୨/୬: ଦୁଇ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ ହେବା ପରେ ସେମାନଙ୍କୁ ରେଡ୍ କାର୍ପେଟ୍ ଉପରେ ସ୍ବାଗତ କରାଯାଇଛି । ମଙ୍ଗଳବଜାରର ଗୋଟିଏ ପରିବାରର ଜଣେ ବର୍ଷକର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରି ନିଜ ଘରକୁ ଫେରିବା ସମୟରେ ତାଙ୍କୁ ଆଜି ସ୍ବାଗତ କରାଯାଇଛି । ଘରକୁ ଫେରିବା ସମୟରେ ରେଡ଼ କାର୍ପେଟରେ ଉଭୟ ଶିଶୁଙ୍କ ସହ ତାଙ୍କ ମାଆ ଓ ବାପାଙ୍କୁ ସହରର ବହୁତ ଲୋକେ ରୁଣ୍ଡ ହୋଇ ସାମାଜିକ ଦୂରତା ରକ୍ଷାକରି ଫୁଲ ଦେଇ ସ୍ୱାଗତ ଜଣାଇଥିଲେ ।

ଏଥିସହ ଉଭୟ ଶିଶୁଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଶିଶୁମାନେ ନିଜ ଘରକୁ ଫେରିବା ବେଳେ ସେମାନଙ୍କ ପରିବାର ଭିତରେ ଖୁସିର ଲହରୀ ଖେଳି ଯାଇଥିଲା । ଏହାସହ ପରିବାର ଲୋକେ ଏହି ୨ ଶିଶୁଙ୍କୁ ଧରି କାନ୍ଦିଥିଲେ । ଗତ ମେ ୨୨ ତାରିଖରେ ଆଗ୍ରାରୁ ଫେରନ୍ତା ଏହି ପରିବାରର ଦୁଇ ଶିଶୁଙ୍କ ନିକଟରେ କରୋନା ଚିହ୍ନଟ ହେବା ପରେ ସେହିଦିନ ଠାରୁ ସେମାନକୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।

   Related Posts