Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ରାଜ୍ୟରେ ପର୍ଯ୍ୟାୟକ୍ରମେ ଖୋଲିବ କୋଭିଡ ହସ୍ପିଟାଲ ଓ କୋଭିଡ ସେଣ୍ଟର, ଆବଶ୍ୟକତା ଅନୁସାରେ ୫୦ଟି ଲେଖାଏଁ ବେଡ୍ ବୃଦ୍ଧି କରାଯିବ

13/04/2021 at 8:01 AM

ଭୁବନେଶ୍ୱର ୧୩।୦୪: ଚାରିଆଡେ କରୋନା ସଂକ୍ରମଣ ବଢିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣ ସମୟରେ ଚାଲୁ ହୋଇଥିବା କୋଭିଡ ହସ୍ପିଟାଲ ଓ କୋଭିଡ ସେଣ୍ଟରଗୁଡ଼ିକ ପର୍ଯ୍ୟାୟ କ୍ରମେ ଚାଲୁ କରାଯିବ।

ସେହିପରି ପରିସ୍ଥିତିକୁ ଦେଖି ଧିରେ ଧିରେ ଆବଶ୍ୟକତା ଅନୁସାରେ ୫୦ ଟି ଲେଖାଏଁ ବେଡ୍ ବୃଦ୍ଧି କରାଯିବ। ଏସବୁରେ ୨୦ ପ୍ରତିଶତ ଆଇସିୟୁ ବେଡ ଏବଂ ଆଇସିୟୁ ବେଡର ୫୦ ପ୍ରତିଶତ ଭେଣ୍ଟିଲେଟର ସୁବିଧା ରଖାଯିବ। ଶହେ ବେଡ ଥିବା କୋଭିଡ ହସ୍ପିଟାଲଗୁଡ଼ିକରେ ସର୍ଜରୀ, ମାଟର୍ଣ୍ଣିଟି କେୟାର, ଡାଏଲେସିସ ଭଲି ସୁବିଧା ରଖାଯିବ। ସେହିପରି ସମସ୍ତ ଘରୋଇ ହସ୍ପିଟାରେ ୧୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ରଖାଯିବ। ଆବଶ୍ୟକ ଅନୁସାରେ ଏହା ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

ଏଥିସହିତ ପୂର୍ବ ଗାଇଡଲାଇନ ଅନୁସାରେ ହେଲ୍ ପ ଡେସ୍କ ରଖିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବଢୁଥିବା କରୋନା ସ୍ଥିତି ଦେଖି ସମସ୍ତ ଜିଲ୍ଲା ପାଳ ଏବଂ ମୁନିସିପାଲିିଟି କମିଶନର ଓ ମୁଖ୍ୟ ଚିକିତ୍ସାଧି କାରୀଙ୍କ ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ସଂପର୍କିତ ପତ୍ର ଲେଖିଛନ୍ତି।

   Related Posts