ବଢୁଛି ସଂକ୍ରମଣ, ଆକ୍ସନରେ ପ୍ରଶାସନ ; ୨ଦିନ ଭିତରେ ଅନୁଗୁଳରେ କାର୍ଯ୍ୟକ୍ଷମ ହେବ କୋଭିଡ଼ ହସ୍ପିଟାଲ, ପରିଚାଳନା କରିବ ସମ୍‌

Published By : Prameya-News7 Bureau | April 25, 2021 IST

ଅନୁଗୁଳ ୨୫।୦୪: ଦୁଇ ଚାରି ଦିନ ଭିତରେ କାର୍ଯ୍ୟକ୍ଷମ ହେବ ଅନଗୁଳ ଜିଲ୍ଲାର କୋଭିଡ ହସ୍ପିଟାଲ। ପୁଣିଥରେ ସମ୍‌ ହସ୍ପିଟାଲ ପରିଚାଳନା ଦାୟିତ୍ବ ନେଇଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।  

{"id":443724,"sizeSlug":"large","linkDestination":"none"}

ଅନୁଗୁଳରେ ବଢି ବଢି ଚାଲିଛି କୋଭିଡ ସଂକ୍ରମଣ। ପ୍ରତିଦିନ ଜିଲ୍ଲାରେ ଶତକ ମାରୁଛି କରୋନା ।  ଗୋଟିଏ ଦିନରେ ୧୮୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନର ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସହ ୧୩୯୧୮ରେ ପହଁଚିଲା। ସେଥିପାଇଁ ଚେକିଂ ଓ ଟେଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଳାପାଳ।

{"id":443725,"sizeSlug":"large","linkDestination":"none"}

ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲା ହେବ ସେ ନେଇ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ। ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ MCL ନେହେରୁ ଶତାବ୍ଦୀ ହସ୍ପିଟାଲକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ସ୍ଥିର ହୋଇଛି । ଗତବର୍ଷ ପରି ଏବର୍ଷ ମଧ୍ୟ ସମ୍‌ ହସ୍ପିଟାଲକୁ ଜିଲ୍ଲା କୋଭିଡ ହସ୍ପିଟାଲର ପରିଚାଳନା ଦାୟିତ୍ବ ଦିଆଯାଇଛି ବୋଲି ଅନୁଗୁଳ ଜିଲ୍ଲାପାଳ କହିଛନ୍ତି। ଦୁଇ ଚାରି ଦିନରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

{"id":443726,"sizeSlug":"large","linkDestination":"none"}

MCL ନେହେରୁ ଶତାବ୍ଦୀ ହସ୍ପିଟାଲର ସବୁ ଭିତ୍ତିଭୂମି ବୁଲି ଦେଖିଛନ୍ତି ଜିଲ୍ଲାପାଳ। ଏଥର ପ୍ରଥମ ପର୍ଯ୍ୟାୟରେ ୧୩୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ହେବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.