Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

କରୋନା କଟକଣାକୁ ଫୁ କଲେ ସୋରଡ଼ା ବିଧାୟକ, ବାପାଙ୍କ ଶ୍ରାଦ୍ଧ ବାର୍ଷିକରେ ଭୋଜିଭାତ ଖାଇଲେ ଶହ ଶହ ଲୋକେ

27/07/2021 at 7:55 AM

ଭଞ୍ଜନଗର ୨୭।୦୭: ସରକାରଙ୍କ ନିୟମକୁ ଫୁ କରି ଉଡ଼ାଇଦେଲେ ଖୋଦ୍ ସରକାରୀ ଦଳ ବିଧାୟକ । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ନିଜ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ଏଭଳି ଭୋଜି ଭାତର ଆୟୋଜନ କରିଥିଲେ ଯେ, ତାକୁ ଦେଖିଲେ ଆପଣ କୋଭିଡ୍ କଟକଣାର ଧଜିଆ ଉଡ଼ାଇବା କାହାକୁ କହନ୍ତି ତାହା ସହଜରେ ବୁଝିଯିବେ । ଏବେ ଭାଇରାଲ୍ ହେଉଥିବା ଏହି ଭିଜୁଆଲ ଉପରେ ଟିକେ ନଜର ପକାନ୍ତୁ ।

ଖବର ଅନୁଯାୟୀ, ବାହାଘର , ବ୍ରତଘର, ଶୁଦ୍ଧଘରରେ ସରକାର ୨୦ ଲୋକଙ୍କୁ ଅନୁମତି ଦେଇଛନ୍ତି । ପୁଣି ଭୋଜି ଭାତ ପାଇଁ ସମ୍ପୂର୍ଣ୍ଣ ମନା କରାଯାଇଛି । ଏଠି ତ ଶହ ଶହ ଲୋକଙ୍କ ପାଇଁ ଭୋଜି ଭାତର ଆୟୋଜନ ହୋଇଛି । ବିଗତ ଦିନରେ ଆମେ ଦେଖିଛେ ଗଞ୍ଜାମ ଜିଲ୍ଲା ପ୍ରଶାସନର କଠୋରତା । କେମିତି ବାହାଘର ଭୋଜି ବନ୍ଦ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀ ରନ୍ଧାଖାଦ୍ୟ ନଷ୍ଟ କରୁଥିଲେ । ହେଲେ ଏଠି ପରା ବିଧାୟକଙ୍କ କଥା । ପୁଣି ଖୋଦ୍ ଶାସକ ଦଳ ବିଧାୟକ । ସାଧାରଣ ଲୋକଙ୍କ କ୍ଷେତ୍ରରେ କଠୋର ହେଉଥିବା ପ୍ରଶାସନ ଏଠି ବିଧାୟକଙ୍କ ବେଳକୁ କେଉଁଠି ଥିଲା ତାହା ବୁଝିହେଉନାହିଁ । ବିଧାୟକ କେବଳ ଯେ, ଭୋଜିଭାତର ଆୟୋଜନ କରିଥିଲେ ତାହା ନୁହେଁ , ଏକ ମେଗା ରକ୍ତଦାନ ଶିବିର ଏବଂ ଖୁଲମ୍ ଖୁଲା ଭଜନ ସମାରୋହର ମଧ୍ୟ ଆୟୋଜନା ହୋଇଥିଲା । ଜଣେ ବିଧାୟକଙ୍କ ଏଭଳି କୋଭିଡ୍ ନିୟମ ଉଲଂଘନ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

   Related Posts