ଆସନ୍ତା ୨୬ରୁ ଯୋରନ୍ଦା ମେଳା ଆରମ୍ଭ: ପୀଠରେ କଡ଼ାକଡି ହେବ କୋଭିଡ୍ ଗାଇଡ୍‌ ଲାଇନ୍

Published By : Prameya-News7 Bureau | February 24, 2021 IST

ଢ଼େଙ୍କାନାଳ୨୪/୨: ଆସନ୍ତା ଶୁକ୍ରବାରଠାରୁ ୩ ଧରି ପ୍ରସିଦ୍ଧ ଯୋରନ୍ଦା​‌ ମେଳା ଆରମ୍ଭ ହେବାକୁ ଯାଉଛି। ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢ଼େଙ୍କାନାଳର ମହିମା ଗାଦୀରେ ମହିମା ସାଧୁମାନଙ୍କ ଏହି ବାର୍ଷିକ ଉତ୍ସବରେ ଚଳିତ ବର୍ଷ କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ କଟକଣା ଜାରି କରାଯାଇଛି। ଫଳରେ କେବଳ ପରମ୍ପରାକୁ ବଞ୍ଚିବା ପାଇଁ ପୀଠର ମହିମା ସାଧୁମାନେ ପ୍ରସ୍ତୁତି କରିଛନ୍ତି। ପୁଣି କଡ଼ ଲେଉଟାଇଛି ମହାମାରୀ କରୋନା ।

 ଏପରି କି ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଉପରେ ଚଳିତ ବର୍ଷ କଟକଣା ଜାରି କରାଯାଇଛି । ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳର ଯୋରନ୍ଦାସ୍ଥିତ ମହିମାଗାଦୀର ପରମ୍ପରା ମୁତାବକ ମାଘ ଚତୁଃର୍ଦଶୀ ଆର୍ଥତ ଶୁକ୍ରବାର ଠାରୁ ତିନିଦିନ ବ୍ୟାପି ଏହି ମେଳା ଆନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଷ ବିଶ୍ଵବ୍ୟାପୀ ମହିମା ସାଧୁମାନେ ଏହି ମେଳାରେ ସାମିଲ ହୋଇଥାନ୍ତି।

ମାତ୍ର ଚଳିତ ବର୍ଷ ପୁଣି କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦୀକୁ ବାରଣ କରାଯାଇଛି । ଏପରି କି ମହିମା ଗାଦୀର ସାଧୁମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଥିବା ଅତି ବେଶୀରେ ୫୦ଜଣ ସାଧୁ ମୁଖ୍ୟ ଗାଦୀ ମନ୍ଦିରରେ ଝାଡ଼ ଦୀପ ଓ ଧୁନୀ ପରି ନୀତିକାନ୍ତିରେ ନିୟୋଜିତ ହୋଇପାରିବେ। ଫଳରେ କିଭଳି ପରମ୍ପରାକୁ ବଞ୍ଚାଇ ରଖିବେ ସେଥିପାଇଁ ମହିମା ସାଧୁମାନେ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ତଥା ମହିମା ଗାଦୀର ମୁଖ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.