ପୁରୀ ଆସୁଥିବା ୫ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କଟକଣା, ହୋଟେଲରେ ରହିଲେ ଦେବାକୁ ପଡିବ ୭୨ଘଣ୍ଟା ପୂର୍ବର କୋଭିଡ୍ ରିପୋର୍ଟ

Published By : Prameya-News7 Bureau | April 06, 2021 IST

ପୁରୀ ୬।୪: ପୁରୀକୁ ୫ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କର କୋଭିଡ୍ ଟେଷ୍ଟ ହେବା ବାଧ୍ୟତାମୂଳକ । ହୋଟେଲ୍ ଆସୋସିଏସନ ସହିତ କରୋନା କଟକଣା ନେଇ ଜିଲ୍ଲା ପ୍ରଶାସନର ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ଏ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

୫ଟି ରାଜ୍ୟ ହେଉଛି ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ର । ଏହି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ କରାଯାଇଛି । ୭୨ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ହୋଟେଲରେ ପ୍ରବେଶ ଅନୁମତି ।

ଅନ୍ୟପଟେ ପର୍ଯ୍ୟଟକ ଟିକା ନେଇଥିଲେ କଟକଣା ଲାଗୁ ହେବନି ବୋଲି ସୂଚନା ମିଳିଛି । କଟକଣା ଅବମାନନା କରୁଥିବା ହୋଟେଲ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.