ଜେଇଇ-ନିଟ୍ ପାଇଁ ସଟ୍ ଡାଉନ୍ ଓ ଲକ୍ ଡାଉନ୍ କୋହଳ, ପରୀକ୍ଷା କେନ୍ଦ୍ରରେ ସମାଜିକ ଦୂରତ୍ବ, ମାସ୍କ ପିନ୍ଧିବା ଭଳି କୋଭିଡ୍‌ ଗାଇଡ୍‌ ଲାଇନ୍ ପାଳନ ହେବ

Published By : Prameya-News7 Bureau | August 29, 2020 IST

ଭୁବନେଶ୍ବର ୨୯।୮: ଦୁଇ ଦିନ ପରେ ହେବ ଜେଇଇ ପରୀକ୍ଷା । ୮ ଜିଲ୍ଲାର ୮ ସହରର ୮୩ କେନ୍ଦ୍ରରେ ପରୀକ୍ଷା ହେବ। ସେପ୍ଟମ୍ବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ ଏବଂ ସେପ୍ଟେମ୍ବର ୧୩ରେ ହେବ ନିଟ୍ ପରୀକ୍ଷା । ସେଥିପାଇଁ ରାଜ୍ୟ ସରକାର ପରୀକ୍ଷାର୍ଥୀ, ଅଭିଭାବକ ଏବଂ ନିୟୋଜିତ କର୍ମଚାରୀଙ୍କ ପାଇଁ କିଛି କଟକଣା କୋହଳ କରିଛନ୍ତି । ସେଥିପାଇଁ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ସୁବିଧା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ରହିବା ପାଇଁ ସରକାରୀ ଆଇଟିଆଇରେ ବ୍ୟବସ୍ଥା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଜେଇଇ-ନିଟ୍ ପରୀକ୍ଷା ପାଇଁ କୋହଳ ହେଲା ସଟ୍ ଡାଉନ୍ ଓ ଲକ୍ ଡାଉନ୍ କଟକଣା । ୩୦ ଅଗଷ୍ଟରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏବଂ ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ ଏହି କଟକଣା କୋହଳ ହେବ । ୮ଟି ଜିଲ୍ଲାର ୮ ଟି ସହରର ୮୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ୩୭ ହଜାର ୪୫୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଅନୁଗୁଳ, ବାଲେଶ୍ବର, ଭୁବନେଶ୍ବର, ବ୍ରହ୍ମପୁର, କଟକ, ଢ଼େଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁରରେ ସେଣ୍ଟର ହୋଇଛି । ପରୀକ୍ଷାର୍ଥୀ, ଅବିଭାବକ ଏବଂ ପରୀକ୍ଷାରେ ନିୟୋଜିତ ସମସ୍ତ କର୍ମଚାରୀମାନେ ଆଡମିଟ୍ କାର୍ଡ ଏବଂ ପରିଚୟ ପତ୍ରର ସଫ୍ଟ କପି ଦେଖାଇ  ଯିବା ଆସିବା କରିପାରିବେ । ଏହା ସହିତ ପରୀକ୍ଷା କେନ୍ଦ୍ରରେ ସମାଜିକ ଦୂରତ୍ବ ବଜାୟ ରଖିବା, ମାସ୍କ ପିନ୍ଧିବା  ଭଳି କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବ। ଏସବୁର ତଦାରଖ କରିବ ଜିଲ୍ଲା ପ୍ରଶାସନ।

ଜେଇଇ ପରୀକ୍ଷା ପରିଚାଳନା ଭୁବନେଶ୍ବରରେ ବସିଥିଲା ସମୀକ୍ଷା ବୈଠକ।  ପରୀକ୍ଷା କେନ୍ଦ୍ରର ସୁପରିଚାଳନା ସହ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କାନିଂ କରାଯିବ । ଭୁବନେଶ୍ବରର ୬ଟି କେନ୍ଦ୍ରରେ ପ୍ରାୟ ୧୬ ହଜାର ପିଲା ପରୀକ୍ଷା ଦେବେ । ସେମାନଙ୍କର ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ଯେଉଁମାନେ ଖୋର୍ଦ୍ଧାରୁ ଅନ୍ୟ ଜିଲ୍ଲାକୁ ପରୀକ୍ଷା ଦେବା ପାଇଁ ଯିବେ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । କେନ୍ଦ୍ର ବାହାରେ ଯେଉଁଭଳି ଜନ ଗହଳି ନହେବ ଏବଂ ସାମାଜିକ ଦୂରତା ବଜାୟ ରହିବ ସେ ନେଇ ଧ୍ୟାନ ଦିଆଯିବ।

କରୋନା ମହାମାରୀ ସମୟରେ ଜେଇଇ ପରୀକ୍ଷା କରିବାକୁ ବିଭିନ୍ନ ରାଜ୍ୟ ମନା କରୁଥିବାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଜେଇଇ-ନିଟ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭିଭିନ୍ନ ରାଜ୍ୟରେ ଲକ୍ ଡାଉନ୍, ସଟ୍ ଡାଉନ୍ ଓ ବନ୍ୟା ପାଇଁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ସମସ୍ୟା ଭୋଗିବେ । ସେଥିପାଇଁ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଏମାନଙ୍କ ପାଇଁ କୋହଳ କରାଯିବା ସହ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଆଇଟିଆଇରେ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.