ଚାଲିଥିଲା ବାହାଘର, ଜମିଥିଲା ଭୋଜି, ହଠାତ୍‌ ପହଞ୍ଚିଗଲା ପୋଲିସ : ଛତ୍ରଭଙ୍ଗ ଦେଲେ ବରଯାତ୍ରୀ

Published By : Prameya-News7 Bureau | April 29, 2021 IST

ବୋରିଗୁମ୍ମା ୨୯/୦୪ : କରୋନାର ଦ୍ୱିତୀୟ ଲହର ଏବେ ଜନଜୀବନ ଅସ୍ତବ୍ୟସ୍ତ କରୁଛି । ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ କୋଭିଡ୍ ନିୟମ ଜାରି କରିଛନ୍ତି । କେଉଁଠି ନାଇଟ କର୍ଫ୍ୟୁ ତ କେଉଁଠି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଯୋଗୁଁ ଜନଗହଳି କୁ ଦୃଷ୍ଟିରେ ରଖି ଶବ ସତ୍କାର, ବିବାହ ଉତ୍ସବ ଭଳି କାର୍ଯ୍ୟକ୍ରମରେ କଟକଣା ଜାରି କରାଯାଇଛି ।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଚାରଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋଭିଡ୍‌ ନିୟମକୁ ଫୁ କରି ବାଜୁଥିଲା ମାଇକ୍‌, ଜମିଥିଲା ପ୍ରବଳ ଭିଡ ଆଉ ଚାଲିଥିଲା ଭୋଜିଭାତର ଆସର । ଏହି ବିବାହ ଉତ୍ସବରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକ ଏକାଠୀ ହୋଇଥିଲେ ।

ତେବେ ଖବରପାଇ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଏବଂ ଟିମ୍ ହଠାତ୍ ଚଢ଼ଉ କରିଥିଲେ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ଲୋକେ । ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରି ଆୟୋଜକ ଚନ୍ଦ୍ର ହରିଜନଙ୍କ ଠାରୁ ୮ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.