Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କରୋନା କଟକଣାକୁ ଫୁ : ଛତ୍ରପୁର ଏମ୍ପ୍ଲୋୟେମେଣ୍ଟ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଲମ୍ବା ଲାଇନ

25/06/2021 at 1:07 PM

ଖଲ୍ଲିକୋଟ ୨୫/୬: ଗଞ୍ଜାମ ସଦରମହକୁମା ଛତ୍ରପୁର ଏମ୍ପ୍ଲୋୟେମେଣ୍ଟ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । ଶହ ଶହ ପୁଅ ଝିଅ ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଏଠାରେ କରୋନା କଟକଣାର ସବୁ ନିୟମ ଉଲ୍ଲଂଘନ କରାଯାଇଥିବା ପରିଲକ୍ଷିତ ହୋଇଥିଲା । ନାଥିଲା ସାମାଜିକ ଦୂରତା, ନା ଥିଲା କରୋନା ଭୟ ।

ସତେ ଯେମତି କରୋନାକୁ ନିମନ୍ତ୍ରଣ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟ ସପ୍ତାହକୁ ଗୋଟିଏ ଦିନ ଖୋଲା ରହୁଥିବାରୁ ଏହିଭଳି ଅବସ୍ଥା ନଜର ଆସିଥିଲା । ଆଗକୁ ପୋଲିସରେ ନିଯୁକ୍ତି ଥିବାରୁ ଆଶାୟୀ ଶିକ୍ଷିତ ଯୁବକ, ଯୁବତୀଙ୍କ ପ୍ରବଳ ଭିଡ଼ ଜମି ଥିବାର ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ଛାତ୍ରଛାତ୍ରୀମାନେ ଆସି ଲମ୍ବା ଲାଇନରେ ଠିଆ ହୋଇଥିଲେ ।

କାର୍ଯ୍ୟାଳୟର ଅତି ନିକଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟକୁ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜଣେ ଛାତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯଦି ସବୁ ଦିନ ନାମ ପଞ୍ଜିକରଣ ବ୍ୟବସ୍ଥା କରାଗଲେ ବହୁତ ଉପକୃତ ହୋଇପାରିବେ, ବହୁ ଛାତ୍ରଛାତ୍ରୀ ମାନେ ଦୂର ଦୁରାନ୍ତରୁ ଆସୁଛନ୍ତି ଏବଂ ନିରାଶରେ ମଧ୍ୟ୍ୟ ଫେରୁଛନ୍ତି । ଆଗକୁ ଓଏସଏସସି ପରୀକ୍ଷା ରହିଛି ।

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଜିଲ୍ଲାପ୍ରଶାସନ ଅନେକ ପଦକ୍ଷେପ ମାନ ଗ୍ରହଣ କରୁଥିବା ସହ ହାଟ ବଜାର, ସ୍କୁଲ, ଜନ ଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ୍ କରାଯାଇଛି । କିନ୍ତୁ ଏଠାରେ ସବୁ ନିୟମ ଫୁ ହୋଇଯାଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ପାଇଁ ଦାବୀ ଉଠିଛି । କର୍ମଚାରୀ ଅଭାବ ଯୋଗୁଁ କେବଳ ଗୁରୁବାର ଦିନ ଖୋଲାଯାଉଛି ବୋଲି ଅଫିସ ଥିବା ଜଣେ କର୍ମଚାରୀ ଜଣକ କହିଥିଲେ । ଏପରିକି ନିଜେ ମଧ୍ୟ୍ୟ ମାସ୍କ ପିନ୍ଧି ନଥିଲେ ।

   Related Posts