Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି

13/04/2021 at 10:17 PM

ଢେଙ୍କାନାଳ, ୧୩/୦୪: କୋରନାର ଦ୍ୱିତୀୟ ଲହର ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟି ଯାଇଛି । ଫଳରେ ଢେଙ୍କାନାଳରେ ପ୍ରଶାସନ ପକ୍ଷରୁ କୋଭିଡ ସଂକ୍ରମଣ ଆଶଙ୍କାରେ କଡାକଡି ଯାଞ୍ଚ କରାଯାଉଛି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖିଛି ପ୍ରଶାସନ ।

ରାଜ୍ୟ ବାହାରୁ ଆସୁଥିବା ଲୋକ ମାନଙ୍କୁ ସାତଦିନ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ଅମାନିଆ ମାନଙ୍କ ପାଇଁ ମଙ୍ଗଳବାର ଠାରୁ ଢେଙ୍କାନାଳ ମୁଖ୍ୟ ଷ୍ଟେସନକୁ ଟାର୍ଗେଟ କରିଛି ପ୍ରଶାସନ । ଏପରିକି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଐରା ସହାୟତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଷ୍ଟେସନରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରାଯାଇଛି ।

ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ଓ ରାଜ୍ୟର ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଆଦି କୋରନା ସଂକ୍ରମିତ ରେଡ଼ ଲାଇନ ଜିଲ୍ଲା ମାନଙ୍କରୁ ଆସୁଥିବା ଯାତ୍ରୀ ମାନଙ୍କୁ ଆଣ୍ଟିଜେନ ଟେଷ୍ଟ କାରାଯାଇ ଚିହ୍ନଟ କାରାଯାଉଛି । ଏହା ସହ ଢେଙ୍କାନାଳ ଆସୁଥିବା ଯାତ୍ରୀମାନଙ୍କୁ କିପରି କୋଭିଡ ସଂକ୍ରମଣ ଠାରୁ ସୁରକ୍ଷିତ ରଖାଯାଇପାରିବ ଓ ପରିବାରକୁ ସଂକ୍ରମଣରୁ ରକ୍ଷା କରାଯିବ ସେ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି । ଫଳରେ ଢେଙ୍କାନାଳ ଫେରୁଥିବା ଯାତ୍ରୀମାନେ ନିଜେ ସଂକ୍ରମିତ କି ନୁହେଁ ଜାଣିପାରୁଥିବାରୁ ସେମାନେ ଆସ୍ୱସ୍ତି ଅନୁଭବ କରିଥିବା ପ୍ରକାଶ କରୁଛନ୍ତି ।

   Related Posts