ପରିବାର ଉପରେ ବୋଝ ପାଲଟିଛି କରୋନା ଚିକିତ୍ସା ଖର୍ଚ୍ଚ, ସୁସ୍ଥ ହୋଇ ଘରକୁ ଫେରିବା ପରେ ବି ସ୍ୱଭାବିକ ହୋଇପାରୁନାହାନ୍ତି ଆକ୍ରାନ୍ତ

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭।୭: ଅନୀଲ ଶର୍ମାଙ୍କ ପୁଅ ସୌରଭ ଦୀର୍ଘ ୨ ମାସ କାଳ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ କୋଭିଡ-୧୯ରୁ ସୁସ୍ଥ ହୋଇ ଘରକୁ ଫେରିଛି। କରୋନାରେ ଆକ୍ରାନ୍ତ ହେବା ପରେ ସୌରଭ ଯେଉଁ ଅବସ୍ଥାରେ ହସ୍ପିଟାଲକୁ ଯାଇଥିଲେ ସେଥିରୁ ସେ କେବେ ଜୀବିତ ଫେରିବେ ସେ ଆଶା ଅନୀଲ ଛାଡିଦେଇଥିଲେ। ତଥାପି ହସ୍ପିଟାଲରେ ପୁଅର ପାଖେପାଖେ ରହି ଚିକିତ୍ସା ତଦାରଖ କରିଥିଲେ।

ସୌରଭ ଭେଣ୍ଟିଲେଟରକୁ ବି ଯାଇଥିଲା। ଡାକ୍ତରଙ୍କ ଉଦ୍ୟମ ଓ ଅନୀଲଙ୍କ ସାହାସ ପୁଅକୁ ମୃତ୍ୟୁମୁଖ୍ୟରୁ ଫେରାଇ ଆଣିଛି ସତ ହେଲେ ପରିବାରରୁ ଖୁସି ହଜି ଯାଇଛି। ସୌରଭ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିଲା। ସୁସ୍ଥ ହେବା ପରେ ଡିଶ୍ଚାର୍ଜ ହୋଇ ଘରକୁ ଫେରିବା ପରେ ବି ଆଜି ପର୍ଯ୍ୟନ୍ତ ସ୍ୱଭାବିକ ହୋଇ ପାରିନାହିଁ। ସେପଟେ ପୁଅର ମେଡିକାଲ ବିଲ୍‌ ଏବେ ପରିବାରର ଖୁସି ଛଡାଇନେଇଛି।

{"id":486655,"sizeSlug":"large","linkDestination":"none"}

କେବଳ ଅନୀଲ ଜଣେ ବ୍ୟକ୍ତି ନୁହନ୍ତି କୋଭିଡରେ ଅନେକ ଭାରତୀୟ ନିଜର ପରିବାର ସଦସ୍ୟଙ୍କୁ ହରାଇଥିବା ବେଳେ ଯେଉଁମାନଙ୍କ ଲୋକେ ଚିକିତ୍ସାପରେ ସୁସ୍ଥ ହୋଇଫେରିଛନ୍ତି ସମସ୍ତଙ୍କ ପରିବାରରେ ଏବେ ସମାନ ଅବସ୍ଥା। ଭାରତରେ ପ୍ରାୟ ପରିବାର ସ୍ୱାସ୍ଥ୍ୟ ବୀମା କରାଇ ନାହାନ୍ତି। କଦବା କ୍ୱଚିତ କେହି କରିଛନ୍ତି। ଅନୀଲ ଶର୍ମା ତାଙ୍କ ପୁଅର ଚିକିତ୍ସା ଲାଗି ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ଟେଷ୍ଟିଂ, ମେଡିସିନ ଓ ଆଇସିୟୁ ବିଲ ନିଜ ସଞ୍ଚୟର ବହନ କରିଛନ୍ତି। ହେଲେ ପରିବାରର ଜଣକର କୋଭିଡ ଚିକିତ୍ସାରେ ତାଙ୍କର ସମସ୍ତ ସଞ୍ଚୟ ସମାପ୍ତ ହୋଇଥିବା ବେଳେ ତାଙ୍କୁ କରଜ ମଧ୍ୟ କରିବାକୁ ପଡିଛି।  

ଅନୀଲଙ୍କ ଜୀବନରେ ଏପରି ଘଟଣା ତାଙ୍କୁ ପ୍ରଥମ ଥର ଭୋଗିବାକୁ ପଡିଛି। କେବଳ ଅନୀଲ ନୁହନ୍ତି ତାଙ୍କ ଭଳି ଅନେକ ପାରିବାରିକ ମୁଖିଆ ଜୀବନର ପ୍ରଥମ ଥର ଏପରି ଦାରୁଣ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।  କରୋନା ଭାଇରସ ମହାମାରୀ ଭାରତକୁ ଆସିବା ପୂର୍ବରୁ ଏହାର ଚିକିତ୍ସା ସବୁଠୁ ବଡ଼ ସମସ୍ୟା ଥିଲା। ହେଲେ ଏବେ ଚିକିତ୍ସା ହୋଇପାରୁଥିବା ବେଳେ ଏ ବାବଦ ଖର୍ଚ୍ଚ ନୂଆ ସମସ୍ୟା ଭାବେ ଭାରତୀୟଙ୍କ ଆଗରେ ଉଭା ହୋଇଛି।

{"id":486656,"sizeSlug":"large","linkDestination":"none"}

କରୋନାର ଚିକିତ୍ସା କେବଳ ଭାରତ ଲାଗି ନୁହେଁ ବିଶ୍ୱର ଅନ୍ୟ ଦେଶରେ ବି ବ୍ୟୟବହୁଳ। ହେଲେ ଚିକିତ୍ସା ବାବଦ ଖର୍ଚ୍ଚକୁ ନେଇ ଭାରତରେ ଏବେ ସାଂଘାତିକ ପରିସ୍ଥିତି ଉପୁଜିଛି। ପ୍ରାୟ ୬୩ ପ୍ରତିଶତ ଭାରତୀୟ ପରିବାର କରୋନା ଚିକିତ୍ସାରେ ସେମାନଙ୍କ ପାରିବାରିକ ଜମା ପୁଞ୍ଜି ନିଶେଷ କରିଦେଇଛନ୍ତି। ପିୟୁ ଅଧ୍ୟାୟନ ଅନୁସାରେ ଏହି ମହାମାରୀ ଭାରତୀୟ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ତଳିତଳାନ୍ତ କରିଦେଇଛି।

ପବ୍ଲିକ୍‌ ହେଲଥ ଇଣ୍ଡିଆ ଫାଉଣ୍ଡେସନର ଅଧ୍ୟକ୍ଷଙ୍କ ଅନୁସାରେ ଏଠାରେ ଲୋକଙ୍କ ଅବସ୍ଥା ଅନୁସାରେ ଚିକିତ୍ସା ବାବଦ ଖର୍ଚ୍ଚ ଅନେକ ଅଧିକ ହୋଇଯାଉଛି। ଏଣୁ କରୋନାରେ ଆକ୍ରାନ୍ତ ହେବା ପରେ ଜଟିଳତାକୁ ଯାଇଥିବା ଲୋକଙ୍କ ପରିବାର ଜାଣନ୍ତି ମୃତ୍ୟୁମୁଖରୁ ଜୀବନକୁ ଛଡାଇ ଆଣିବା ଲାଗି ସେମାନଙ୍କୁ କେତେ ବ୍ୟୟ କରିବାକୁ ପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.