Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପାକିସ୍ତାନ କରାଚୀରେ ପ୍ରକୋପ କରୁଛି କରୋନାର ଡେଲ୍ଟା ଭାରିଆଣ୍ଟ, ହସ୍ପିଟାଲରେ ମିଳୁନି ବେଡ

21/07/2021 at 5:15 PM

କରାଚୀ ୨୧।୭: ପାକିସ୍ତାନରେ କରୋନାର ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ ହେଉଛି। ଦିନକୁ ୨ଗୁଣା ରାତିକୁ ୪ ଗୁଣା ହାରରେ ଲୋକେ ସଂକ୍ରମିତ ହେଉଥିବା ବେଳେ ଗୁରୁତର ଅସୁସ୍ଥଙ୍କ ଲାଗି ଏବେ ହସ୍ପିଟାଲରେ ବେଡ ସମସ୍ୟା ଉପୁଜିଲାଣି। ଏଣୁ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଜାରି ନିମନ୍ତେ ଡାକ୍ତର ସଙ୍ଗଠନମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସିନ୍ଧୁ ହସ୍ପିଟାଲ କରାଚୀରେ ରୋଗୀଙ୍କ ସଂଖ୍ୟା ବଢୁଥିବା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଡା. ଅବଦୁଲ ବାରୀ କହିଛନ୍ତି।

ନୂଆ ଭୂତାଣୁ ପ୍ରକାର ତୀବ୍ର ସଂକ୍ରମଣ କରୁଥିବା ବେଳେ ଲୋକେ ବହୁତ ଶୀଘ୍ର ସଂକ୍ରମଣର ଶିକାର ହେଉଥିବା ଡା. ବାରୀ କହିଛନ୍ତି। ଫଳରେ ଗୁରୁତର ହୋଇପଡୁଥିବା ରୋଗୀ ହସ୍ପିଟାଲ ମୁହାଁ ହେବା ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି। ସିନ୍ଧ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସିନେଟର ମୁର୍ତାଜା ବହାବ କରାଚୀରେ କୋଭିଡ ପରିସ୍ଥିତି ଗୁରୁତର ହୋଇପଡିଥିବା କହିଛନ୍ତି। ଯାହା ଏବେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଲାଗି ଚିନ୍ତାର ବିଷୟ ପାଲଟିଛି।

ମାତ୍ର ୨୪ ଘଣ୍ଟାରେ କରାଚୀରେ ସକରାତ୍ମକତା ହାର ୨୩.୧୨ ପ୍ରତିଶତ ହୋଇଯାଇଛି। ୧୦ ଦିନ ପୂର୍ବରୁ ଏଠାରେ ସକରାତ୍ମକତା ୮.୫ ପ୍ରତିଶତରୁ ୯ ମଧ୍ୟରେ ସୀମିତ ରହୁଥିଲା। ହେଲେ ଅଚାନକ ସଂକ୍ରମଣ ବଢିବା ବାସ୍ତବିକ ଚିନ୍ତାଜନକ ବୋଲି କହିଛନ୍ତି। କରାଚୀରେ ସଂକ୍ରମଣ ହ୍ରାସ ଯୋଗୁ ଲୋକେ କୋଭିଡ ଏସଓପି ପାଳନ ନ କରିବା ଏଭଳି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି ବୋଲି ମୁର୍ତାଜା କହିଛନ୍ତି। ପାକିସ୍ତାନରେ ମଙ୍ଗଳବାର କରୋନାରେ ୨ହଜାର ୧୪୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଇଦ-ଉଲ-ଜୁହା ଲାଗି ଲୋକେ ହାଟ ବଜାରରେ ଭିଡ ଜମାଇବା ପରିସ୍ଥିତିକୁ ଜଟିଳ କରିପକାଇଛି।

   Related Posts