ରାଜ୍ୟରେ ଆଉ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଆଜି ସୁଦ୍ଧା ଜୀବନ ହାରିଲେଣି ୬୯୧

Published By : Prameya-News7 Bureau | September 19, 2020 IST

ଭୁବନେଶ୍ବର ୧୯।୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୯ ମୃତକଙ୍କ ମଧ୍ୟରୁ ବରଗଡ ଜିଲ୍ଲାରୁ ୨ ଜଣ, ଭଦ୍ରକ, ବଲାଙ୍ଗୀର, କଟକ, ଗଜପତି, ପୁରୀ, ରାୟଗଡା ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ବରଗଡ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଅନ୍ୟ ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହରେ ପୀଡିତ ଥିଲେ ।

wp:html /wp:html

ଭଦ୍ରକ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ । ବଲାଙ୍ଗୀରର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ । କଟକ ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କା ମହିଳା । ଗଜପତି ଜିଲ୍ଲାର ଜଣେ ୩୭ ବର୍ଷ ବୟସ୍କ ପୁରୁଷ ଯିଏ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ ।

wp:html /wp:html

ପୁରୀ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କ ପୁରୁଷ । ରାୟଗଡା ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ । ସମ୍ବଲପୁର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୫୫୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୨୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୭୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୨୭୧୫୮୨୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.