ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଆଜି ସୁଦ୍ଧା ଜୀବନ ହାରିଲେଣି ୬୧୬
12/09/2020 at 11:29 AM

ଭୁବନେଶ୍ବର ୧୨।୦୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
3. A 70-year old male of Bolangir district who was also suffering from Diabetes.
— H & FW Dept Odisha (@HFWOdisha) September 12, 2020
4. A 66-year old female of Cuttack district who was also suffering from Hypertension, Hypothyroidism & Bronchial asthma.
୧୧ ମୃତକଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ହୋଇଥିବା ବେଳେ ବଲାଙ୍ଗୀର , କେନ୍ଦୁଝର, ଯାଜପୁର, କନ୍ଧମାଳ, ରାୟଗଡ଼, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
7. A 48-year old male of Jajpur district who was also suffering from Chronic Kidney Disease.
— H & FW Dept Odisha (@HFWOdisha) September 12, 2020
8. A 64-year old female of Kandhamal district who was also suffering from Hypertension.
9. A 75-year old male of Keonjhar district who was also suffering from Pancytopenia.
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୪୬୮୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୧୬୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୨୦୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୨୩୭୪୬୨୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।
10.A 56-year old male of Nayagarh district who was also suffering from Diabetes.
— H & FW Dept Odisha (@HFWOdisha) September 12, 2020
11. A 63-year old male of Rayagada district who was also suffering from Diabetes.