ରାଜ୍ୟରେ ୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୨୨ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା
3/09/2020 at 10:08 AM

ଭୁବନେଶ୍ବର ୩।୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୮ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, କଟକ ଜିଲ୍ଲାରୁ ଦୁଇ ଜଣ, ବାଲେଶ୍ବର, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
Regret to inform the demise of Eight #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) September 3, 2020
1. A 60-year old male of Balasore district who was also suffering from Diabetes, Hypertension, Chronic Kidney Disease (stage-V), Ischemic Heart Disease.
2. A 72-year old male of Bhubaneswar who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 3, 2020
3. A 66-year old female of Cuttack district who was also suffering from Diabetes.
4. A 67-year old male of Cuttack district who was also suffering from Diabetes, Bronchial Asthma.
5. A 78-year old female of Ganjam district who was also suffering from Diabetes.
— H & FW Dept Odisha (@HFWOdisha) September 3, 2020
6. A 56-year old male of Ganjam district who was also suffering from Diabetes.
7. A 45-year old male of Ganjam district.
8. A 50-year old female of Kandhamal district who was also suffering from Diabetes.
— H & FW Dept Odisha (@HFWOdisha) September 3, 2020
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୩୪୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୭୬୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୫୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୯୫୦୫୯୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।