ରାଜ୍ୟରେ ୧୧ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୫୧୪ରେ ପହଞ୍ଚିଲା ମୋଟ ମୃତ୍ୟୁ ସଂଖ୍ୟା
2/09/2020 at 11:04 AM

ଭୁବନେଶ୍ବର ୧।୯: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୧ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ, ବାଲେଶ୍ବର, ଭଦ୍ରକ, ରାୟଗଡା, ପୁରୀ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
Regret to inform of the demise of eleven Covid positive patients while under treatment in hospitals.
— H & FW Dept Odisha (@HFWOdisha) September 2, 2020
1.A 57 year old male of Balasore district who was also suffering from Diabetes & Hypertension.
2.A 57 year old male of Bhadrak district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 2, 2020
3. A 62 year old male of Bhubaneswar who was also suffering from Diabetes & Hypertension.
4.A 57 year old female of Bhubaneswar who was also suffering from Diabetes, Hypertension & Hypothyroidism.
— H & FW Dept Odisha (@HFWOdisha) September 2, 2020
5.A 63 year old female of Ganjam district.
6.A 35 year old male of Ganjam district.
7.A 56 year old male of Ganjam district who was also suffering from Hypertension
8.A 90 year old male of Jagatsingpur district who was also suffering from Hypertension.
— H & FW Dept Odisha (@HFWOdisha) September 2, 2020
9.A 52 year old male of Puri district who was also suffering from Hypertension.
10.A 64 year old male of Rayagada district who was also suffering from Hypertension, Anemia.
11.A 58 year old female of Sambalpur district.
— H & FW Dept Odisha (@HFWOdisha) September 2, 2020
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୯୭୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୪୪୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୦୭୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୫୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୮୯୧୦୯୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।