Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୫୬୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

17/11/2020 at 11:11 AM

ଭୁବନେଶ୍ବର ୧୭।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୬୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୧୭ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ସୁବର୍ଣ୍ଣପୁର ଓ ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ଼, ଭଦ୍ରକ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୦୦୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୨୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୯୧୫୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନାରେ ୧୫୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୫୩୩୦୯୩୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts