ରାଜ୍ୟରେ ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି

Published By : Prameya-News7 Bureau | August 15, 2020 IST

ଭୁବନେଶ୍ବର ୧୫।୮: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୯ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୯ ମୃତକଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୨ ଜଣ, ଗଞ୍ଜାମ, କେନ୍ଦୁଝର, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । କଟକ ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ । ଅନ୍ୟ ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।

wp:html /wp:html

ସେହିପରି ଗଞ୍ଜାମ ଜିଲ୍ଲାର ୫୩ ବର୍ଷ ବୟସ୍କ ପୁରୁଷ । କେନ୍ଦୁଝର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ । ନୟାଗଡ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ ।

wp:html /wp:html

ସମ୍ବଲପୁର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ । ଅନ୍ୟ ଜଣେ ୭୪ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ । ଅନ୍ୟ ଜଣେ ୭୮ବର୍ଷ ବୟସ୍କ ପୁରୁଷ । ଅନ୍ୟ ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ ।

wp:html /wp:html wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୭୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୭୫୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୨୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୮୫୫୭୧୩ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.