Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କୋଭିଡ ମୃତକଙ୍କୁ ମିଳିଲାନି ଆମ୍ବୁଲାନ୍ସ, ଅଳିଆ ବୁହା ଗାଡିରେ ଶ୍ମଶାନକୁ ଗଲା ଶବ

11/04/2021 at 9:34 PM

ମୁମ୍ବାଇ ୧୧।୪: କରୋନା ଦ୍ୱିତୀୟ ଲହରରେ ମହାରାଷ୍ଟ୍ର ଗୁରୁତର ପ୍ରଭାବିତ ହୋଇଛି। ଯେତିକି ସଂକ୍ରମଣ ବଢିବାରେ ଲାଗିଛି ମୃତ୍ୟୁ ହାର ମଧ୍ୟ ସେହି ଅନୁପାତରେ ବଢୁଛି। ଏଥିରେ ସଂକ୍ରମିତ ମୃତକ ପ୍ରାଣ ହରାଇଲେ ପରବର୍ତ୍ତି ପ୍ରୋଟକଲ ପାଳନ ମଧ୍ୟ ସମ୍ଭବ ହୋଇ ପାରୁନଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଛି। କରୋନା ସଂକ୍ରମିତ ଜନୈକ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ ତାଙ୍କୁ ଶ୍ମଶାନ ପହଞ୍ଚାଇବାକୁ ଆମ୍ବୁଲାନ୍ସ ନ ମିଳିବାରୁ ନଗରପାଳିକା ଅଳିଆ ବୁହା ଗାଡିରେ ଶ୍ମଶାନକୁ ନିଆଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଏହି ଘଟଣା ମହାରାଷ୍ଟ୍ର ଧୂଲେରେ ଘଟିଛି।  ଜନୈକ ୭୦ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେ ସୁସ୍ଥ ହୋଇ ଘରକୁ ଫେରିବା ଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏଣୁ ତାଙ୍କୁ ଶ୍ମଶାନ ନେବା ଲାଗି ଆମ୍ବୁଲାନ୍ସକୁ ଡକାଯାଇଥିଲା। ଶବ ଘରେ ପଡି ରହିଥିବା ବେଳେ ଆମ୍ବୁଲାନ୍ସ ଆସିଲେ ସଂସ୍କାର କରିବାକୁ ନେବା ଲାଗି ପରିବାର ବର୍ଗଙ୍କ ସହ ଗାଁ ଲୋକେ ପ୍ରାୟ ୧୦ ଘଣ୍ଟା ଅପେକ୍ଷା କରିଥିଲେ।

ତେବେ ଶେଷରେ ଆମ୍ବୁଲାନ୍ସ ନ ଆସିବାରୁ ଅଳିଆ ବୁହା ଗାଡିରେ ଶବ ଲଦି ଶ୍ମଶାନକୁ ନିଆଯାଇଥିଲା। କୋଭିଡ ମୃତକଙ୍କ ସଂସ୍କାର ଲାଗି ପ୍ରଶାସନର ଅବହେଳା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ହେବାରେ ଲାଗିଛି। ଶନିବାର ଗୋଟିଏ ଦିନରେ ରାଜ୍ୟରେ ୫୫ ହଜାର ୪୧୧ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୩୦୯ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ଲକ୍ଷ ୪୩ ହଜାର ୯୫୧ରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୭ ହଜାର ୬୩୮ରେ ପହଞ୍ଚିଛି।

   Related Posts