Covid-19 ଯୋଗୁ ବିଶ୍ୱରେ ଫିକା ହେଲା Christmas ଉତ୍ସବ, ଭାଙ୍ଗିଲା ପରମ୍ପରା

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫।୧୨: ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ଲାଗି ପୂର୍ବ ସଂଧ୍ୟାରେ ପ୍ରସ୍ତୁତି ଜୋରଦାର ଥିଲା। ବେଥଲହାମରେ ଶୀର୍ଷ କ୍ୟାଥୋଲିକ୍‌ ପାଦ୍ରୀଙ୍କ ସ୍ୱାଗତ ଲାଗି ମାର୍ଚ୍ଚିଂ ବ୍ୟାଣ୍ଡର ବ୍ୟବସ୍ଥା ହୋଇଥିଲା। ତେବେ କୋଭିଡ କଟକଣା ଯୋଗୁ କାର୍ଯ୍ୟକ୍ରମରେ କେବଳ କିଛି ଲୋକ ଉତ୍ସବ ସ୍ଥଳରେ ଥିଲେ। ଏଣୁ ବେଥଲହାମର କ୍ରିସମାସ୍ ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଥିଲା।

{"id":382708,"sizeSlug":"large","linkDestination":"none"}

କେବଳ ବେଥଲହାମରେ ନୁହେଁ ପ୍ରାୟ ବିଶ୍ୱରେ ଗୁରୁବାର କ୍ରିସମାସ ପୂର୍ବ ସଂଧ୍ୟାର ମାହୋଲ ଏହିପରି ଥିଲା। ମଧ୍ୟରାତ୍ର କ୍ୟାରୋଲ ତ ହୋଇଥିଲା ହେଲେ ଚର୍ଚ୍ଚରେ ପୂର୍ବବର୍ଷମାନଙ୍କ ଭଳି ଭିଡ ନଥିଲା। ପାରିବାରିକ କାର୍ଯ୍ୟକ୍ରମ ଓ ପ୍ରାର୍ଥନା ସଭାରେ ଲୋକଙ୍କ ସଂଖ୍ୟା ସୀମିତ ଥିଲା। କେତେକ ସ୍ଥଳରେ ଶେଷ ପର୍ଯ୍ୟାୟରେ ବଡ ଦିନ କାର୍ଯ୍ୟକ୍ରମକୁ ରଦ୍ଦମଧ୍ୟ କରାଯାଇଛି।

{"id":382709,"sizeSlug":"large","linkDestination":"none"}

ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆରେ ମଧ୍ୟ ଧୁମଧାମରେ ବଡ଼ଦିନ ପାଳନ ହୋଇନାହିଁ। ଏଠାରେ ମଧ୍ୟରାତ୍ର ପ୍ରାର୍ଥନା ଲାଗି ଅନଲାଇନରେ ଅଗ୍ରୀମ ଟିକେଟ୍‌ ବିକ୍ରି ହୋଇଥିଲା। ଟିକେଟ୍‌ ନେଇ ମଧ୍ୟ ସଂଖ୍ୟା ଦୃଷ୍ଟିରୁ ଗିର୍ଜାମାନଙ୍କରେ ଲୋକଙ୍କ ସଂଖ୍ୟା ସୀମିତ କରାଯାଇଥିଲା। ଏଣୁ ଅନେକ ଲୋକେ କାର୍ଯ୍ୟକ୍ରମରୁ ବଞ୍ଚିତ ହୋଇଥିଲେ।

{"id":382710,"sizeSlug":"large","linkDestination":"none"}

ଫିଲପାଇନ୍ସ
ଫିଲପାଇନ୍ସରେ କୋଭିଡ କଟକଣା ଯୋଗୁ ଅନେକ ସ୍ଥାନରେ ପ୍ରାର୍ଥନାସଭା ନିଷିଧ କରାଯାଇଥିଲା। ସେହିପରି ଘରକୁ ଦୂର ଦୂରାନ୍ତରୁ କ୍ରିସମାସ୍ ପୂର୍ବରାତ୍ର ଭୋଜନରେ ଅତିଥିଙ୍କ ଆମନ୍ତ୍ରଣ ବାଧିତ ଥିଲା। ଏଣୁ ଲୋକେ ବଡ ଦିନରେ ଏକତ୍ର ପାରିବାରିକ ଭୋଜନ ମଧ୍ୟ କରିପାରିନାହାନ୍ତି।  

{"id":382713,"sizeSlug":"large","linkDestination":"none"}

ୟୁରୋପରେ ବାତିଲ ହୋଇଛି କ୍ରିସମାସ୍ ଭଙ୍ଗ ହୋଇଛି ପରମ୍ପରା
ଇଟାଲୀରେ ଚର୍ଚ୍ଚ ବେଲ ଏଥର ନିର୍ଦ୍ଧାରିତ ସମୟ ପୂର୍ବରୁ ବଜାଇ ଦିଆଯାଇଥିଲା। ଇଟାଲୀ ସରକାର କୋଭିଡ ଯୋଗୁ ରାତ୍ରିକାଳୀନ କର୍ଫ୍ୟୁ ଲଗାଇଥିବାରୁ ଗିର୍ଜାମାନଙ୍କରେ ମଧ୍ୟରାତ୍ର ପ୍ରାର୍ଥନା କାର୍ଯ୍ୟକ୍ରମ ପାଦ୍ରୀଙ୍କୁ ସନ୍ଧ୍ୟାରେ ସାରିବାକୁ ପଡିଥିଲା। କୋଭିଡ ପରିସ୍ଥିତିକୁ ନଜରରେ ରଖି ପୋପ୍ ଫ୍ରାନସିସ୍‌ ପୂର୍ବରୁ ଅଧିକାରୀମାନେ ଜାରି କରୁଥିବା କଟକଣାକୁ ପାଳନ କରିବାକୁ ନିବେଦନ କରିଥିଲେ। ସେହି ଅନୁସାରେ ସେଣ୍ଟ ପିଟର ବାସିଲିକାରେ କ୍ରିସମାସ୍‌ ପ୍ରେୟାର ରାତି ସାଢେ ୯ଟା ବଦଳେ ସନ୍ଧ୍ୟା ସାଢେ ୭ଟାରେ କରିଦିଆଯାଇଥିଲା।

{"id":382711,"sizeSlug":"large","linkDestination":"none"}

ଆମେରିକା
ବିଶ୍ୱର ଆମେରିକା କରୋନାରେ ସର୍ବାଧିକ ପ୍ରଭାବିତ ଦେଶ। ନ୍ୟୁୟର୍କର ମାନହଟ୍ଟନସ୍ଥିତ ସେଣ୍ଟ ପିଟର ଲୁଥରନ ଗିର୍ଜାରେ ଏଥର ବଡ ଦିନର ଚମକ ଦେଖାଯାଇନି। ତେବେ ସ୍ୱଭାବିକ କ୍ରିସମାସ ପାଳନ କରାଯାଇଛି। କୋଭିଡ-୧୯ରେ ଏହି ଚର୍ଚ୍ଚର ୬୦ ଅଧିକ ପଦାଧିକାରୀଙ୍କ ମୃତ୍ୟୁ ହୋଇଛି। ଏଣୁ ବଡ଼ଦିନର ଉତ୍ସାହ ଚର୍ଚ୍ଚରେ ଦେଖାଯାଇନି। ତେବେ ଚର୍ଚ୍ଚର କାର୍ଯ୍ୟକର୍ତ୍ତାମାନେ ମାନହଟ୍ଟନର ଏକ ଡିଟେନସେନ ସେଣ୍ଟରରେ ଥିବା ଶତାଧିକ ପ୍ରବାସୀ ପିଲାଙ୍କୁ ସୀତରୁ ରକ୍ଷା ପାଇବା ଲାଗି କୋର୍ଟ, ସ୍କାର୍ଫ ଓ ଅନ୍ୟ ବସ୍ତ୍ର ଦାନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.