ସଂପୂର୍ଣ୍ଣ ଅନଲକ୍ ହେଲା ୟୁପି : ସବୁ ଜିଲ୍ଲାରୁ ହଟିଲା କଟକଣା, ଜାରି ରହିବ ନାଇଟ କର୍ଫ୍ୟୁ

Published By : Prameya-News7 Bureau | June 08, 2021 IST

ଲକ୍ଷ୍ନୌ ୮/୬: ସଂପୂର୍ଣ୍ଣ ଭାବେ ଅନଲକ୍ ହୋଇଛି ୟୁପି । ସମସ୍ତ ଜିଲ୍ଲାରୁ ଚାଲିଥିବା କରୋନା କର୍ଫ୍ୟୁକୁ ହଟାଇ ଦିଆଯାଇଛି । ରାଜ୍ୟର ତିନୋଟି ଜିଲ୍ଲା, ମେରଟ, ଗୋରଖପୁର ଏବଂ ଲକ୍ଷ୍ନୌରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୦୦ରୁ କମ୍ ହେବା ପରେ ବର୍ତ୍ତମାନ ସମସ୍ତ ଜିଲ୍ଲାକୁ କର୍ଫ୍ୟୁରୁ ଆରାମ ମିଳିଛି । ତେବେ ସମସ୍ତ ଜିଲ୍ଲାରେ ରାତ୍ରି କର୍ଫ୍ୟୁ ବଳବତ୍ତର ରହିବ । ବର୍ତ୍ତମାନ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା । ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ଶେଷ ହେବା ପରେ ସରକାର ନୂତନ ନିର୍ଦ୍ଦେଶାବଳୀ ଜାରି କରିବେ ।

wp:html /wp:html

ସୂଚନା ଥାଉକି, ୨୪ ଘଣ୍ଟାରେ ୭୯୭ ଟି ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ପ୍ରତ୍ୟେକ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୦୦ରୁ କମ୍ ହୋଇଯାଇଛି । ଏଥି ସହିତ ସୁସ୍ଥ ସଂଖ୍ୟା ହାର ୯୭.୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଅମିତ ମୋହନ ପ୍ରସାଦ ସୋମବାର କହିଛନ୍ତି ଯେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଆଉ ତାସହ ସଂକ୍ରମଣ ହାର ବି ହ୍ରାସ ପାଉଛି । ରବିବାର ଦିନ ରାଜ୍ୟରେ ୨.୮୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଏପର୍ଯ୍ୟନ୍ତ ମୋଟ ୫.୧୬କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.