Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କରୋନା ମୃତ୍ୟୁ ସହାୟତା ମିଳିବ ୫୦ ହଜାର, ବୁଧବାର ଠାରୁ ଆବେଦନ

2/11/2021 at 9:15 PM

ଖଲ୍ଲିକୋଟ, ୦୨/୧୧ : କରୋନାରେ ମୃତକଙ୍କ ପରିବାରକୁ ମିଳିବ ଅନୁକମ୍ପା ମୂଳକ ସହାୟତା  ୫୦ ହଜାର ଟଙ୍କା  l ବୁଧବାର ଠାରୁ ମୃତକଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସରେ ଅଫଲାଇନ କିମ୍ବା ଅନ ଲାଇନରେ hppps://caps. Odisha. Gov. Inରେ ଆବେଦନ କରିବେ l  ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫେରନ୍ସ ଜରିଆରେ ବିଭାଗୀୟ  ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l

ଏଥିପାଇଁ କେଉଁ ଅଧିକାରୀମାନେ ନିଜ କାମ ସାରିବେ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ l ଉଭୟ ଇଂରାଜୀ ଓ ଓଡ଼ିଆରେ ଆବେଦନ କରିପାରିବେ ମୃତକ ପରିବାର ଲୋକେ l ଆବେଦନ ସମୟରେ କରୋନା ମୃତ୍ୟୁର ପ୍ରମାଣ ପତ୍ର ସହ ଅନ୍ୟାନ୍ୟ କାଗଜ ପତ୍ର ଦାଖଲ କରିବେ l ସମସ୍ତ କାଗଜ ପତ୍ର ଅପଲୋଡ଼ ହେବା ପରେ ତହସିଲଦାର ଆବେଦନକାରୀଙ୍କୁ ଚିନ୍ହଟ, ତଦାରଖ ସହ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବେ l ପରେ ତହସିଲଦାର ଓ ଆରଆଇ ନିଜେ ଆବେଦନକାରୀଙ୍କ ପାଖକୁ ଯାଇ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ l

ଏହା ପରେ ତହସିଲଦାର ସମସ୍ତ କାଗଜ ପତ୍ରକୁ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଉପଜିଲ୍ଲାପାଳ ଏହାକୁ ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଆବେଦନକାରୀ କାଗଜ ତନଖି ଦେଖିବା ସହ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଜିଲ୍ଲାରେ ଏଥି ସକାଶେ ଜଣେ ନୋଡାଲ ଅଫିସର ରହିବେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଓ ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପିଡି ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳ ମାଧବ ଭୋଇଙ୍କ ସହ ବହୁ ଅଧିକାରୀ ଭିସି ମାଧ୍ୟମରେ ଯୋଗ ଦେଇଥିଲେ l

   Related Posts