Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭୁଲିଗଲେ ମାନବିକତା ! ସାନିଟାଇଜର ମାଗିବାରୁ କରୋନା ଆକ୍ରାନ୍ତଙ୍କୁ ପରିସ୍ରା ବ୍ୟବହାର କରିବାକୁ କହିଲେ କୋଭିଡ୍‌ ସେଣ୍ଟର ଷ୍ଟାଫ୍‌

12/05/2021 at 7:56 PM

ରାୟପୁର  ୧୨/୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ସ୍ବାସ୍ଥ୍ୟ କର୍ମଚାରୀ ଏବେ ଚାପରେ ରହି କାର୍ଯ୍ୟ କରୁଛନ୍ତି । ଦିନକୁ ଦିନ ଧୈର୍ଯ୍ୟର ସୀମା ଟପୁଛି ଅସହ୍ୟ ଯନ୍ତ୍ରଣା। ତଥାପି କରୋନା ବିପକ୍ଷରେ ଲଢ଼େଇ ଜାରି ରହିଛି। କିନ୍ତୁ ଏହି ସମୟରେ କିଛି କର୍ମଚାରୀ ନିଜର ନୈତିକ କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି। କୋଭିଡ୍‌ ସେଣ୍ଟରରେ ଅବହେଳିତ ଅବସ୍ଥାରେ ପଡ଼ିରହୁଛନ୍ତି କରୋନା ଆକ୍ରାନ୍ତ। ନା ମିଳୁଛି ମାସ୍କ ନା ସାନିଟାଇଜର।

ସପ୍ତାହେ ତଳେ ଏକ ବୋତଲ ସାନିଟାଇଜର ମିଳିଥିଲା। ୬ ଜଣ ଆକ୍ରାନ୍ତ ଏହାକୁ ବ୍ୟବହାର କରିଥିବାରୁ ଶୀଘ୍ର ଶେଷ ହୋଇଯାଇଛି। ଏହା ପରେ ସାନିଟାଇଜର ବୋତଲିଟିଏ ପାଇଁ କହିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କରୋନା ସଂକ୍ରମିତଙ୍କୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହୁଛନ୍ତି, ପରିସ୍ରାକୁ ବୋତଲରେ ଭର୍ତ୍ତି କରି ସାନିଟାଇଜର ଭାବେ ବ୍ୟବହାର କର। ଘଟଣାଟି ଛତିଶଗଡ଼ର ଧାମତାରି ଅନ୍ତର୍ଗତ ଲାତିୟାରା ପଞ୍ଚାୟତରେ ଘଟିଛି।

ସେଠାରେ ଥିବା କୋଭିଡ୍‌ ସେଣ୍ଟରରେ ଆଇସୋଲେସନ୍‌ରେ ଅଛନ୍ତି ୬ ଆକ୍ରାନ୍ତ। ତାଙ୍କୁ ଏକ ସାନିଟାଇଜର ବଟଲ୍‌ ଦିଆଯାଇଥିଲା। ତାହା ଶେଷ ହୋଇଯିବା ପରେ ସେମାନେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏନେଇ ଜଣାଇଥିଲେ। କିନ୍ତୁ ସେ ରାଗରେ ଦେଇଥିବା ଜବାବ ଏବେ ସମସ୍ତଙ୍କୁ ତାଜୁବ କରିଛି। ପରିସ୍ରା ଭର୍ତ୍ତି କରି ସାନିଟାଇଜର ଭାବେ ବ୍ୟବହାର କରିବାକୁ କେମିତି କହିପାରିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ?

ଯଦିଓ କିଛି କଥାରେ ସେ ରାଗରେ ଥିଲେ ତେବେ ଏମିତି ଜବାବ ଦେବା କଣ ଠିକ ହେଲା ? କରୋନା ରୋଗୀଙ୍କ ଏ କି ବ୍ୟବହାର ? ଏମିତି ଅନକେ ପ୍ରଶ୍ନ ଏବେ ସାଧାରଣରେ ଉଙ୍କିମାରୁଛି। ଏନେଇ ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିବା ବେଳେ ସେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଉପରେ ନଜର ରହିବ ।  

   Related Posts