Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମହାରାଷ୍ଟ୍ରରେ ସ୍ଥିତି ଅଣାୟତ : ୧୯୮ ଜଣ କଏଦୀ ଏବଂ ୮୬ ଜେଲ କର୍ମଚାରୀ କରୋନା ସଂକ୍ରମିତ

15/04/2021 at 3:51 PM

ମୁମ୍ବାଇ ୧୫/୦୪ : ମହାରାଷ୍ଟ୍ରରେ କରୋନାର ଭୟଙ୍କର ପ୍ରକୋପ ଜାରି ରହିଛି । ମହାରାଷ୍ଟ୍ର ଜେଲରେ ଥିବା ପ୍ରାୟ ୧୯୮ ଜଣ କଏଦୀଙ୍କ ସମେତ ଜେଲର ୮୬ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏ ନେଇ ମହାରାଷ୍ଟ୍ର ଜେଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବନ୍ଦୀ ଜୀବନ କାଟୁଥିବା ୭ ଜଣ ଏବଂ ୮ ଜଣ ଜେଲ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ଘଟିସାରିଲାଣି । ରାଜ୍ୟ ଜେଲ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଏ ଯାଏଁ ମୋଟ ୧୩୨୬ ଜଣ ବନ୍ଦୀ ଏବଂ ୩୧୧୨ ଜଣ ଜେଲ କର୍ମଚାରୀଙ୍କୁ କରୋନା ଟିକା ଦିଆସରିଛି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୮,୯୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୨୭୮ ଜଣଙ୍କର ମୃତ୍ୟୁ ଘଟିଛି । ସଂକ୍ରମଣ ବ୍ୟାପକ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।  

   Related Posts