Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଦରକାର ନଥିଲେ ଭାରତ ଯାଅନି: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ନାଗରିକଙ୍କୁ ସତର୍କ କଲା ସିଡିସି

20/04/2021 at 8:46 AM

ଓ୍ୱାସିଂଟନ ୨୦/୪:  କୋଭିଡକୁ ଦୃଷ୍ଟିରେ ରଖି ଆମେରିକାରେ କଟକଣା । ଏଠାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଛି ସିଡିସି । ଦରକାର ନଥିଲେ ଭାରତ ନଯିବାକୁ ପରାମର୍ଶ ଦେଇଛି ସିଡିସି । ଆମେରିକା କହିଛି ମାରାତ୍ମକ ଭାଇରସ ଲାଗି ଦିନକୁ ଦିନ ଭାରତରେ ସ୍ଥିତି ଅସହ୍ୟ ହେବାରେ ଲାଗିଛି । ଦେଶରେ ୨ୟ ଲହର ହେତୁ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି।

ଗତକାଲି ଭାରତରେରେକର୍ଡ ସଂଖ୍ୟକ ନୂଆ କେସ୍ ସାମ୍ନାକୁ ଆସିଥିଲା । ଯାହାକି ଏଯାବତ୍ ସବୁଠାରୁ ଅଧକ । ବର୍ତ୍ତମାନ ଦେଶରେ ଦେଢକୋଟିରୁ ଅଧିକ ଲୋକ ସଂକ୍ରମଣର ଶିକାର ହେଲେଣି । ଏସବୁ ଦୃଷ୍ଟିରେ ରଖି ଆମେରିକା ଭଳି ଶକ୍ତିଶାଳି ରାଷ୍ଟ୍ର ଓ ବ୍ରିଟେନ୍ ନିଜ ଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ପ୍ରତି କଠୋର ହୋଇଛନ୍ତି । ସେମାନେ ପରାମର୍ଶ ଦେଇଛନ୍ତି ଯଦି ଜରୁରୀ ନାହିଁ ତେବେ ଦେଶ ଛାଡନ୍ତୁ ନାହିଁ । ଟିକା ନେବା ପରେ ବି ଗସ୍ତ କରନ୍ତୁ ନାହିଁ।  ସେପଟେ ବ୍ରିଟେନରେ ମଧ୍ୟ ଭାରତୀୟଙ୍କୁ ରେଡ୍ ତାଲିକାରେ ରଖାଯାଇଛି । ଏହାସହ ବିଦେଶ ଫେରାନ୍ତାକୁ ୧୦ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି ।

   Related Posts