ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷ ପାର, ୩୫ ହଜାର ମୃତ

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦।୭:  ଭାରତରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ହେଉଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଆଫ ୬୯ ହଜାର ୪୦୧ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ  ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୦୧,୦୭୦ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୫ ହଜାର ୧୩୪ଜଣ ପ୍ରାଣ ହରାଇଛନ୍ତି।

ସାରା ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫,୩୬,୪୪୯ ଥିବା ବେଳେ ୧୦,୨୯,୦୬୯ ଜଣ ସୁସ୍ଥ ହୋଇଛନ୍ତି।  ଏଥିରୁ ଦେଶରେ କରୋନା ସଂକ୍ରମିତଙ୍କ ସୁସ୍ଥହାର ନିୟମିତ ବଢୁଥିବାର ସୂଚନା ମିଳୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶର କରୋନା ସୁସ୍ଥତା ହାର ୬୪.୫ ପ୍ରତିଶତରେ ପହଞ୍ଚିଛି। ଏଣୁ ଟେଷ୍ଟିଂ କ୍ଷମତା ଦୈନିକ ୧୦ ଲକ୍ଷକୁ ବୃଦ୍ଧି ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଗୁରୁବାର ସନ୍ଧ୍ୟାରେ କହିଛନ୍ତି।

ଏବେ ଦେଶରେ ଦୈନିକ ୪ଲକ୍ଷୁ ଅଧିକ କରୋନା ଟେଷ୍ଟିଂ ହୋଇଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୬୯ହଜାର ୪୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୪୧ ଜଣଙ୍କର କରୋନା ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି। କରୋନା ସଂକ୍ରମଣ ପରଠାରୁ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୧,୮୧,୯୦,୩୮୨ଟି ନମୁନା ଯାଞ୍ଚ ହୋଇଥିବା ବେଳେ ଏଥିରୁ ୧୬ଲକ୍ଷ ଲୋକେ ସଂକ୍ରମିତ ମିଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.