ପ୍ରଥମ କରି ରାଜଧାନୀରେ ହଜାରେ ତଳକୁ ଖସିଲା କରୋନା ସଂକ୍ରମଣ, ହେଇପାରେ ଅନଲକ୍‌ !

Published By : Prameya-News7 Bureau | May 29, 2021 IST

ନୂଆଦିଲ୍ଲୀ, ୨୯/୦୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା କମିଥିବା ବେଳେ ଅନଲକ୍‌ କରାଯିବା ପାଇଁ ଦାବି ହେଉଛି । ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ମଧ୍ୟରେ ମାମଲା କମ୍‌ ଆସିଥିବା ଜଣାପଡ଼ିଛି । ପ୍ରଥମ କରି ସଂକ୍ରମଣ ମାମଲା ୧ ହଜାର ତଳକୁ ଖସିଛି । ତେଣୁ ଆଗକୁ ଦିଲ୍ଲୀରେ ଅନଲକ୍‌ର ଆଶା କରାଯାଉଛି ।

କେଜରିୱାଲ୍‌ ସରକାର ଏନେଇ ଆଶ୍ୱସନା ଦେଇଛନ୍ତି ଯେ, କରୋନା କେସ୍‌ କମ୍‌ ହେବା ସହିତ ସମସ୍ତ ଗତିବିଧି ପୁଣି ଥରେ ଜାରି କରାଯିବ । ସେ କହିଛନ୍ତି ଯେ, ପୂର୍ବ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୯ ଶହ କରୋନା ମାମଲା ଆସିଛି । ଦ୍ୱିତୀୟ ଲହରୀ ପରେ ଏହା ପ୍ରଥମ କରି ହଜାରେ ତଳକୁ ଖସିଛି । ଆଶା କରୁଛି କି ଧିରେ ଧିରେ ମାମଲା କମ୍‌ ହେବା ସହିତ ଅନ୍‌ଲକ୍‌ କରାଯିବ । ଆମେ ଚାହୁଁଛୁ ଯେ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ପୂର୍ବ ଅବସ୍ଥାକୁ ଅଣାଯିବା ପାଇଁ ଚେଷ୍ଟା ଜାରି ରହିଛି । ଖୁବ୍‌ ଶିଘ୍ର ଦିଲ୍ଲୀର ସ୍ଥିତି ସୁଧୁରିବା ନେଇ ଆଶା କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.