ଭାରତୀୟ ପ୍ରବାସୀ ପରିଷଦ ଓଡ଼ିଶା ଆସୋସିଏସନ କୁଏତ୍ ପକ୍ଷରୁ ମାସ୍କ,ଗ୍ଲୋବସ୍ ଓ ସାନିଟାଇଜର ବିତରଣ
13/08/2020 at 7:02 PM

କୁଏତ୍ : ଭାରତୀୟ ପ୍ରବାସୀ ପରିଷଦ ଆସୋସିଏସନ ସହଯୋଗରେ ଓଡ଼ିଶା ଆସୋସିଏସନ ପକ୍ଷରୁ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ବିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ କରୋନା ଭାଇରସ ମହାମାରୀ ମୁକାବିଲା ନିମନ୍ତେ ସଚେତନ କରାଯିବା ସହ ମାଗଣାରେ ମାସ୍କ, ଗ୍ଲୋବସ୍ ଓ ହ୍ୟାଣ୍ଡ ସାନିଟାଇଜର ଆଦି ବିତରଣ କରାଯାଇଛି।

ଭାରତ ପ୍ରବାସୀ ପରିଷଦର ଓଡିଶା ଆସୋସିଏସନ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ସାହୁ କହିଛନ୍ତି ଯେ କରୋନାରେ ମାସ୍କର ଜରୁରି ଆବଶ୍ୟକତା ରହିଛି। କେବଳ ଏଥିପାଇଁ ମାସ୍କ ବଣ୍ଟନ କରାଯାଇ ନାହିଁ। ପ୍ରଦୂଷଣ ମୁକ୍ତ ମାସ୍କ ଠାରୁ ଏହା କିପରି ଭିନ୍ନ ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି। ସେହିପରି କରୋନାରେ ହାତ ଧୋଇବା ଓ ସାନିଟାଇଜରର ବ୍ୟବହାର ନେଇ ମଧ୍ୟ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ଓ ସାର୍ବଜନିକ କର୍ଫ୍ୟୁ ସମ୍ପର୍କରେ ମଧ୍ୟ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଭାରତୀୟ ପ୍ରବାସୀ ପରିଷଦ ସଂଘର ଘନଶ୍ୟାମ ପଲାଇ, ଅଶୋକ କୁମାର ସ୍ୱାଇଁ, ଯଶୋବନ୍ତ ଲେଙ୍କା, ଜିତେନ୍ଦ୍ର କୁମାର ଜେନା, ଜଗୁନ ଚୌଧୁରୀ, ବିଶ୍ୱଜିତ ଦାସ ଓ ସୁଶାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଶେଷରେ ସାଧାରଣ ସମ୍ପାଦକ ବିଶ୍ୱଜିତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।