Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଯଦି ଅବିବାହିତ ଓ ପୁରୁଷ ଆପଣଙ୍କଠାରେ କରୋନା ସଂକ୍ରମଣ ଆଶଙ୍କା ଅଧିକ

11/10/2020 at 7:10 PM

ନୂଆଦିଲ୍ଲୀ ୧୧।୧୦: କରୋନା ଭାଇରସ ମହାମାରୀ କେବେ କାହାକୁ ସଂକ୍ରମିତ କରିବ କହିବା କଷ୍ଟକର। ତେବେ କରୋନା ସଂକ୍ରମଣ ଆଶଙ୍କାକୁ ଧ୍ୟାନରେ ରଖି ସମସ୍ତେ ଏବେ ବେଶ ସତର୍କତା ଅବଲମ୍ବନ କରୁଛନ୍ତି। ହେଲେ ଅବିବାହିତ ଲୋକେ ଖାସ କରି କରୋନାରେ ଅଧିକ ସଂକ୍ରମିତ ହେଉଥିବା ଦେଖାଯାଉଛି। ଏହି ଗବେଷଣାରୁ ଯଦି ଆପଣ ଉଚିତ ଜୀବନ ଶୈଳୀ ଅବଲମ୍ବନ କରୁନାହାନ୍ତି ଓ ଅବିବାହିତ ତେବେ ଆପଣଙ୍କ ଲାଗି କରୋନା ସଂକ୍ରମଣର ଭୟ ସର୍ବାଧିକ ବୋଲି ଜଣାପଡିଛି। କରୋନା ସଂକ୍ରମଣର ଏହି କାରଣ ଏବେ ସାରା ଦୁନିଆର ଅବିବାହିତ ଯୁବବର୍ଗକୁ ଚିନ୍ତାରେ ପକାଇ ଦେଇଛି।  

ମୃତ୍ୟୁର କାରଣ ବି ହୋଇପାରେ
ନେଚର କମ୍ୟୁନିକେସନ ମାଗାଜିନ୍‌ରେ ପ୍ରକାଶିତ ଗବେଷଣା ତଥ୍ୟ ଅନୁସାରେ କୌଣସି ବ୍ୟକ୍ତି ଯଦି ବିବାହ କରିନଥାନ୍ତି କରୋନାରେ ତାଙ୍କର ମୃତ୍ୟୁ ଆଶଙ୍କାକୁ ଶତପ୍ରତିଶତ ବୃଦ୍ଧି କରିଥାଏ। ଏହା ପୂର୍ବରୁ ଷ୍ଟକହୋମ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଧ୍ୟ ଏହା ସ୍ପଷ୍ଟ କରିସାରିଛନ୍ତି। କାହାର କମ୍‌ ଆୟ, ଶିକ୍ଷାରେ ନିମ୍ନସ୍ତର, ବିବାହ ହୋଇ ନପାରିବା ଓ ବିଦେଶରେ ଏକାକୀ ରହିବା କରୋନା ସଂକ୍ରମିତ ହେବାର ବଡ କାରଣ ହୋଇପାରେ ବୋଲି ଗବେଷକ କହିଛନ୍ତି । ତେବେ ଏହା କେବଳ ଖରାପ ଜୀବନଶୈଳୀ ଲାଗି ବୋଲି ଗବେଷଣାରୁ ଜଣାପଡିଛି।

ପୁରୁଷଙ୍କ ଠାରେ ସଂକ୍ରମଣର ଆଶଙ୍କା ଅଧିକ
କରୋନା ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ସଂକ୍ରମିତ କରୁଛି। ତେବେ ପାରିବାରିକ ପରିବେଶରେ ପୌଷ୍ଟିକ ଆହାର ପାଇପାରୁଥିବା ପୁରୁଷ କରୋନା ବିରୋଧରେ ଯେପରି ସଂଗ୍ରାମ କରିପାରୁଛନ୍ତି ବିବାହ କରିନଥିବା ଓ ଏକାକୀ ରହୁଥିବା ଲୋକେ ଭୂତାଣୁର ସେପରି ମୁକାବିଲା କରିପାରୁନଥିବା ଗବେଷଣାରୁ ଜଣାପଡିଛି। ଏଣୁ ଏକାକୀ ଓ ଅବିବାହିତ ଲୋକଙ୍କ ଲାଗି କୋଭିଡ-୧୯ ମହାମାରୀ ଚିନ୍ତାର କାରଣ ପାଲଟିଛି।

   Related Posts