କରୋନା ଦ୍ୱିତୀୟ ଲହରରେ ୟୁରୋପ ଅସ୍ତବ୍ୟସ୍ତ, ପ୍ରତି ୩ ମିନିଟ୍‌ରେ ICUକୁ ଯାଉଛନ୍ତି ରୋଗୀ

Published By : Prameya-News7 Bureau | November 15, 2020 IST

ବ୍ରସେଲସ୍‌ : କୋଭିଡ-୧୯ ଦ୍ୱିତୀୟ ଲହରରେ ସମଗ୍ର ୟୁରୋପ ଗୁରୁତର ପ୍ରଭାବିତ ହୋଇଛି। ପ୍ରଥମ ଲହର ଅପେକ୍ଷା ଏବେ ତାଜା ଲହର ଅଧିକ ଘାତକ ହେଉଥିବାରୁ ଅନେକ ଦେଶରେ କଡ଼ା କଟକଣା ଜାରି ହେଲାଣି। ଯେଉଁଠି କଟକଣା କଡାକଡ଼ି ହେଉଛି ସେଠାରେ ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ହେଲେବି ପରିସ୍ଥିତି ବେଳକୁ ବେଳ ଉଦବେଗଜନକ ହେଉଥିବା ହସ୍ପିଟାଲମାନଙ୍କର ପରିସ୍ଥିତିରୁ ଆକଳନ କରାଯାଉଛି।

{"id":362248,"width":577,"height":325,"sizeSlug":"large"}

ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ମଧ୍ୟ ଇଟାଲୀ ଲାଗି ଭୟାବହ ସାବ୍ୟସ୍ତ ହୋଇଛି। ଶନିବାର ଶେଷ ହୋଇଥିବା ସପ୍ତାହ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ପାର ହୋଇଯାଇଛି। ଏବେ ପରିସ୍ଥିତି ଏପରି ଯେ ହସ୍ପିଟାଲରେ ସ୍ଥାନାଭାବ ଦେଖାଦେଇଛି। ସଂକ୍ରମିତଙ୍କ ସଂଖ୍ୟା ବଢିବା ଯୋଗୁ ଫର୍ମୁଲା-ୱାନ୍‌ କାର ରେସିଂ ଲାଗି ପ୍ରସିଦ୍ଧ ଟ୍ରାକ୍‌ ‘ମୋଞ୍ଜା’କୁ ସ୍ୱାସ୍ଥ୍ୟ ନିରୀକ୍ଷଣ କେନ୍ଦ୍ରରେ ପରିବର୍ତ୍ତିତ କରାଯାଇଛି। ସେପଟେ ନେପଲସ୍‌ ହସ୍ପିଟାଲମାନଙ୍କରେ ବେଡ୍ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ ଦେଖାଦେଇଛି। କର୍ମଚାରୀମାନେ ଏବେ ଉତ୍ସର୍ଗିକୃତ ଭାବନାରେ ରୋଗୀଙ୍କୁ ସେବା ଯୋଗାଇ ଦେଉଥିବା ସଂକ୍ରାମକ ରୋଗ ବିଶେଷଜ୍ଞ ବିଭାଗ ମୁଖ୍ୟ ରୋଡୋଲ୍ଫୋ ପୁଞ୍ଜି କହିଛନ୍ତି।

{"id":362249,"width":582,"height":329,"sizeSlug":"large"}

ଫ୍ରାନସରେ ପରିସ୍ଥିତି ମଧ୍ୟ ଉଦବେଗଜନକ ହେବାରେ ଲାଗିଛି। ୬୫ ବର୍ଷରୁ କମ୍ ବୟସ୍କ ଆକ୍ରାନ୍ତ ଅଧିକ ଗୁରୁତର ହୋଇପଡୁଛନ୍ତି। ଏଣୁ ସେମାନଙ୍କ ଲାଗି ଆଇସିୟୁର ଆବଶ୍ୟକତା ବଢିବଢି ଚାଲିଛି। ଏଠାରେ ପ୍ରତି ୩ ମିନିଟ୍‌ରେ ଜଣେ ଆଇସିୟୁକୁ ଯାଉଛନ୍ତି। ଏଣୁ ଏଠାରେ ଆଇସିୟୁ ବେଡ୍ ଛଡାଛଡି ହେଉଛନ୍ତି।  ଗତ ଏପ୍ରିଲ ମାସରେ ଯେତିକି ଲୋକେ ସଂକ୍ରମିତ ହୋଇଥିଲେ ଦ୍ୱିତୀୟ ଲହର ତା ଠୁ ଅଧିକ ସଂଖ୍ୟକ ଲୋକଙ୍କୁ ସଂକ୍ରମିତ କଲାଣି। ସେପଟେ ସ୍ୱିଜରଲ୍ୟାଣ୍ଡ ପରିସ୍ଥିତି ଆୟତ କରିବା ଲାଗି ହସ୍ପିଟାଲରେ ସୈନ୍ୟଙ୍କୁ ମୁତୟନ କରିଥିବା ଜଣାପଡିଛି। ସ୍ୱାସ୍ଥ୍ୟ କର୍ମୀଙ୍କ ସଂଖ୍ୟା ଅଭାବ ଯୋଗୁ ହସ୍ପିଟାଲ ମାନଙ୍କରେ ଡାକ୍ତର ଓ ନର୍ସଙ୍କ ସହାୟତା ନିମନ୍ତେ ସରକାର ଅଢେଇ ହଜାର ସୈନିକଙ୍କୁ ବିଭିନ୍ନ ହସ୍ପିଟାଲରେ ମୁତୟନ କରିଛନ୍ତି।

{"id":362250,"sizeSlug":"large"}

ଜର୍ମାନରେ ପରିସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ଜଣାପଡିଛି। ସଂକ୍ରମଣ ହାର ହ୍ରାସ ଦେଇଥିଲେ ହେଁ ଏହା ଦୀର୍ଘକାଳୀକ ଅଥବା ସ୍ୱଳ୍ପକାଳୀନ ତାହା କହି ହେବନି ବୋଲି କହିଛନ୍ତି ରବର୍ଟ କୋଚ୍ ଇନିଷ୍ଟିଚ୍ୟୁଟର ମୁଖ୍ୟ ଲୋଥର ୱିଲର। କିନ୍ତୁ ଆୟର୍ଲାଣ୍ଡରେ ସଂକ୍ରମଣ ଥମିଥିବା ଜଣାପଡିଛି। ଏଣୁ ଦେଶରେ ଜାରି ଲକଡାଉନ୍‌କୁ ସରକାର ୧ ଡିସେମ୍ବରରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.