ଭାଇରସ ମୁକ୍ତ ଗାଁ: କରୋନାକୁ ମାତ୍ ଦେଲେ ଖୁସପୁରା ଲୋକେ, ୧୩ ମାସରେ ସଂକ୍ରମଣ ଶୂନ

Published By : Prameya-News7 Bureau | April 23, 2021 IST

ରାଜସ୍ଥାନ ୨୩/୪: ସାରା ଦେଶରେ ପ୍ରବାହିତ ହେଉଛି କରୋନାର ୨ୟ ଲହର । ଗାଁ ଠୁ ଗଣ୍ଡା, ପୂରଠୁ ପଲ୍ଲୀ ସବୁ କରୋନା ପାଇଁ ହାହାକାର ପରିସ୍ଥିତି । ହେଲେ ଏମିତି ବି ଜାଗା ଅଛି ଯେଉଁଠି ଲୋକେ କରୋନାକୁ ମାତ୍ ଦେଇଛନ୍ତି । ଗାଁ ଲୋକଙ୍କ ସହଭାଗିତାରେ ଏସବୁ ସମ୍ଭବ ହୋଇଛି । ଅର୍ଥାତ୍ ଏଠାରେ ସଂକ୍ରମଣ ଶୂନ । ଆମେ କହୁଛି ରାଜସ୍ଥାନର ସିକର ଜିଲ୍ଲାରେ ଥିବା ଖୁସପୁରା ଗାଁ କଥା ।

ଏଠାରେ ଗତ ୧୩ ମାସରେ ଗୋଟିଏ ବି କୋଭିଡ କେସ୍ ସାମ୍ନାକୁ ଆସିନି । ଗତବର୍ଷ କରୋନା ସମୟରୁ ଗ୍ରାମବାସୀ ଆରମ୍ଭ କରିଦେଇଥିଲେ କରୋନା ବିରୋଧୀ ରଣନୀତି । ଆଉ ସେବେଠାରୁ ଜାରି ରହିଛି ଗାଁ ଲୋକଙ୍କ ଅନୁଶାସନ ।  ଗାଁରେ ଅନେକ ସାବଧାନତା ଅବଲମ୍ୱନ କରିଥିଲେ ଗ୍ରାମବାସୀ । ଏବେବି ମଧ୍ୟ ଅନୁରୂପ ଫର୍ମୂଲା କରିଛନ୍ତି ଗାଁ ଲୋକେ । ବାହାରୁ ଆସୁଥିବା ଲୋକଙ୍କ ଉପରେ କଡ୍ଡା ନଜର ରଖାଯାଇଛି ।

{"id":442877,"sizeSlug":"large","linkDestination":"none"}

ମୁଖ୍ୟ ରାସ୍ତାକୁ ବ୍ୟାରିକେଡିଂ କରାଯାଇଛି । ଗାଁ ବାହାରେ ଏକ ଆଇସୋଲେସନ ସେଣ୍ଟର ଖୋଲାଯାଇଛି । ଯେଉଁଠି ଖାଇବା ପିଇବାର ସବୁ ବ୍ୟବସ୍ଥା କରାଯାଇଛି । ଏଠାରେ ରହୁଥିବା ପ୍ରାୟ ୩୦୦୦ ଲୋକ ଏବେ ମହାମାରୀ ମୁକ୍ତ ଅଛନ୍ତି । ଏପରିକି ବିନା ମାସ୍କରେ ଖୋଲା ଆକାଶ ତଳେ ନିଶ୍ଚିନ୍ତରେ ବୁଲୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.