୧୦୦ ବର୍ଷରେ ଥରେ ଉପୁଜେ କରୋନା ଭଳି ମହାମାରୀ, ଦଶନ୍ଧୀ ଧରି ରହେ ପ୍ରଭାବ: WHO

Published By : Prameya-News7 Bureau | August 02, 2020 IST

ଜେନେଭା ୨।୮: କରୋନା ଭାଇରସକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ପୁଣି ଏକ ସତର୍କତା ଜାରି କରିଛନ୍ତି। କରୋନା ଭଳି ମହାମାରୀ ପ୍ରାୟ ୧୦୦ ବର୍ଷରେ ଥରେ ଉପୁଜେ ଓ ପ୍ରାୟ ଦଶନ୍ଧୀ ଧରି ବିଶ୍ୱ ଉପରେ ଏହାର ପ୍ରଭାବ ରହେ ବୋଲି ସଙ୍ଗଠନର ମୁଖ୍ୟ ଟେଡ୍ରୋସ ଆଧନମ ଘେବ୍ରେଏସସ୍ କହିଛନ୍ତି। କୋଭିଡ-୧୯ ସଂକ୍ରମଣର ୬ ମାସ ପରେ ଅନୁଷ୍ଠିତ ଜରୁରି କମିଟି ବୈଠକ ପରେ ଟେଡ୍ରୋସ ଏହି ସୂଚା ଦେଇଛନ୍ତି।

{"id":309026,"sizeSlug":"large"}

କମିଟି ବିଶ୍ୱରେ କରୋନା ଭାଇରସ ମହାମାରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ଆକଳନ କରିଛନ୍ତି। ସାରା ଦୁନିଆରେ କରୋନା ବ୍ୟାପିବାର ୭ମାସରୁ  ଅଧିକ କାଳ ହେଲାଣି। ତେବେ ଭୂତାଣୁ  ନିଷ୍କ୍ରିୟ ହେବା ବଦଳେ ଅଧିକରୁ ଅଧିକ ସକ୍ରିୟ ହେବା ସହ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି। କରୋନାର ଭୟାବହତା ଆକଳନ ଲାଗି ଇତି ମଧ୍ୟରେ କମିଟି ୪ ଥର ବୈଠକ କରିସାରିଲେଣି। ତେବେ ଶେଷଥର ହୋଇଥିବା ବୈଠକରେ କମିଟି ବୈଶ୍ୱିକ ସ୍ତରରେ କୋଭିଡ-୧୯ ବିପଦକୁ ଅଧିକ ଭାବେ ନିର୍ଦ୍ଧାରଣ କରିଛନ୍ତି।

{"id":309027,"width":579,"height":434,"sizeSlug":"large"}

କୋଭିଡ-୧୯ ଜରୁରି କମିଟିରେ ୧୭ ଜଣ ସଦସ୍ୟ ଓ ୧୨ ଜଣ ପରାମର୍ଶଦାତା ଅଛନ୍ତି। ବୈଠକରେ ବୈଶ୍ୱିକ ମହାମାରୀକୁ ଅନ୍ତର୍ଜାତୀୟ ସ୍ତରରେ ଜରୁରି କାଳୀନ ଜନସ୍ୱାସ୍ଥ୍ୟ ଶ୍ରେଣୀରେ ରଖିବା ଲାଗି ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ପ୍ରାୟ ୧୦୦ ବର୍ଷରେ ଥରେ ଏପରି ମହାମାରୀ ବ୍ୟାପୁଥିବା ବେଳେ ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ଉପରେ ଏହାର ପ୍ରଭାବ ଦୀର୍ଘ ଦଶନ୍ଧୀ ଧରି ରହିଥାଏ। ଏଣୁ ସମସ୍ତ ଦେଶଙ୍କୁ ଋତୁକାଳୀନ ଇନଫ୍ଲୁଏଞ୍ଜା ଓ ଏଭଳି ଅନ୍ୟ ଭୂତାଣୁ ଜନିତ ରୋଗର ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ଲାଗି କମିଟି ପରାମର୍ଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.