ଲଞ୍ଚ ହୋଇଛି କୋଭିଡ ୱାରିଅର ୱେବସାଇଟ : କ’ଣ ସୂଚନା ମିଳିବ ଜାଣନ୍ତୁ
27/04/2020 at 12:07 PM

ନୂଆଦିଲ୍ଲୀ ୨୭/୦୬ : ରବିବାର, ଏପ୍ରିଲ ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜର ‘ମନ କି ବାତ’ କାର୍ଯ୍ୟକ୍ରମରେ କୋଭିଡ ୱାରିଅର ୱେବସାଇଟ ସମ୍ପର୍କରେ ସୂଚନା ଦେଇଥିଲେ | ଏହା ସରକାର ନୂଆ ଡିଜିଟାଲ ପ୍ଲାଟଫର୍ମ ବୋଲି ମୋଦି କହିଥିଲେ | ଏହି ପ୍ଲାଟଫର୍ମ ଜରିଆରେ ସାମାଜିକ ସଂସ୍ଥା, ସିଭିଲ ସୋସାଇଟିର ପ୍ରତିନିଧି ଏବଂ ପ୍ରଶାସନ ଅଧିକାରୀ ପରସ୍ପର ସହ ଯୋଗାଯୋଗ କରିବେ | ଏହି ୱେବସାଇଟର ଲିଙ୍କ ହେଲା https://covidwarriors.gov.in/

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ୱେବସାଇଟ ସହ ୧.୨୫ କୋଟି ଲୋକ ଜଡିତ ହେବାକୁ ବହୁତ କମ ସମୟ ଲାଗିଥିଲା | ପଡିଆରେ କାମ କରୁଥିବା ଡାକ୍ତର, ନର୍ସ, ଆଶା କର୍ମୀ, ଏନଏସଏସ ଓ ଏନଏସଏସ କର୍ମୀଙ୍କ ସମ୍ପର୍କରେ ସମସ୍ତ ସୂଚନା ଉପଲବ୍ଧ | ଏମାନେ ସମସ୍ତେ ଏହି ପ୍ଲାଟଫର୍ମ ସହିତ ଜଡିତ ଅଛନ୍ତି |
ଏହି ୱେବସାଇଟର ବିଶେଷତ୍ୱ ହେଲା, ଏହି ୱେବସାଇଟକୁ ଗଲେ ଆପଣଙ୍କୁ ୩ଟି ସ୍ଲାଇଡ ଦେଖାଦେବ | ପ୍ରଥମଟିରେ ଆରୋଗ୍ୟ ସେତୁ ମୋବାଇଲ ଆପ ସମ୍ପର୍କରେ ସୂଚନା ଦିଆଯାଇଛି | ଏଥିରେ କ୍ଲିକ କଲେ ୱେବସାଇଟ mygov.in/covid-19 ରେ ରିଡାଇରେକ୍ଟ ହୋଇଯିବ ଯେଉଁଠାରେ କରୋନା ସମ୍ପର୍କିତ ସମସ୍ତ ସୂଚନା, ହେଲ୍ପ ଲାଇନ ନମ୍ବର ଏବଂ କରୋନା ସଂକ୍ରମଣ ସଂଖ୍ୟା ପାଇପାରିବେ |

ଦ୍ୱିତୀୟ ସ୍ଲାଇଡରେ ଆପଣ ସରକାର ଏବଂ ଆର୍ମି ଅଫିସରଙ୍କ ଦ୍ୱାରା ଲୋକଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ଫଟୋ ଗ୍ୟାଲେରୀ ଦେଖିପାରିବେ |
ତୃତୀୟ ସ୍ଲାଇଡରେ (ଘରେ ରୁହନ୍ତୁ ସୁସ୍ଥ ରୁହଁନ୍ତ) STAY HOME STAY SAFE କୁହାଯାଇଛି |
ଏହା ତଳକୁ ସମସ୍ତ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିଆଯାଇଛି | ଏହାଛଡା ସମସ୍ତ ସଂସ୍ଥା, ହସ୍ପିଟାଲରେ କରୋନା ଲଢେଇରେ ସାମିଲ ଥିବା ସମସ୍ତଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି |