Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଶୀତଦିନେ ତାପମାତ୍ରା ହ୍ରାସ ପାଇବାରୁ ଦୀର୍ଘ ସମୟ ଯାଏଁ ସଂକ୍ରମଣକାରୀ ରହିବ କରୋନା ଭାଇରସ୍

18/12/2020 at 8:40 PM

କରୋନା ଭାଇରସକୁ ନେଇ ଲଗାତାର ନୂଆ ନୂଆ ଅଧ୍ୟୟନ ହେଉଛି। ବୈଜ୍ଞାନିକ ଏବଂ ବିଶେଷଜ୍ଞ ଏହା ପୂର୍ବରୁ କହି ସାରିଛନ୍ତି ଯେ ଶୀତଦିନେ ଏହି ଭାଇରସ୍ ଦୃତ ଗତିରେ ସଂକ୍ରମଣ କରିପାରେ । ଏବେ ଏହାକୁ ନେଇ ନୂଆ ଗବେଷଣା ହୋଇଛି। ଗବେଷକ ମାନେ ଏହା ଅଧ୍ୟୟନ କରିଛନ୍ତି ଯେ ଶୀତଦିନେ ତାପମାତ୍ରା ହ୍ରାସ ପାଇଲେ ଭାଇରସ୍ ଦୀର୍ଘ ସମୟ ଯାଏଁ ସଂକ୍ରମଣକାରୀ ରହିପାରେ।

ଏହି ଅଧ୍ୟୟନ ‘ବାୟୋକେମିକାଲ୍ ଆଣ୍ଡ ବାୟୋଫିଜିକାଲ୍ ରିସର୍ଚ୍ଚ କମ୍ୟୁନିକେସନସ’ନାମକ ଗବେଷଣା ପତ୍ରିକାରେ ପ୍ରକାଶିତ ହୋଇଛି। ଏହା ଅନୁସାରେ,ଭାଇରସ୍ ଭଳି କଣ (ବିଏଲପି) କରୋନା ଭାଇରସର ବାହାର ଢ଼ାଞ୍ଚା ଭଳି ହୋଇଥାଏ। ଆମେରିକାର ୟୁଟା ବିଶ୍ବ ବିଦ୍ୟାଳୟର ଗବେଷକମାନଙ୍କ ମୁତାବକ ବିଏଲପି ସେହି ଲିପିଡ ଏବଂ ୩ପ୍ରକାରର ପ୍ରୋଟିନରୁ ହୋଇଥିବା ଫମ୍ପା କଣ ହୋଇଥାଏ ଯେପରି କରୋନା ଭାଇରସରେ ହୋଇଥାଏ କିନ୍ତୁ ସେଗୁଡ଼ିକରେ ଜିନୋମ ନଥାଏ। ଏଥିପାଇଁ ସେଗୁଡ଼ିକଠାରୁ ସଂକ୍ରମଣର ଆଶଙ୍କା ରହିନଥାଏ।

ଗବେଷକମାନଙ୍କ ମତରେ କୌଣସି ସଂକ୍ରମିତ ବ୍ୟକ୍ତି କାଶିଲେ କିମ୍ବା ଛିଙ୍କିଲେ କରୋନା ଭାଇରସ୍ ବ୍ୟାପିଥାଏ। ଉନ୍ନତ ମାଇକ୍ରୋସ୍କୋପି ପଦ୍ଧତି ସାହାଯ୍ୟରେ ବୈଜ୍ଞାନିକମାନେ ବଦଳୁଥିବା ପରିବେଶରେ ବିଏଲପିରେ ପରିବର୍ତ୍ତନକୁ ଦେଖିଥିଲେ। ସେ ବିଏଲପିର ନମୁନାକୁ ବିଭିନ୍ନ ତାପମାତ୍ରାରେ ୨ଟି ସ୍ଥିତିରେ ପରଖିଥିଲେ। ଗୋଟିଏ ସ୍ଥିତିରେ ସେଗୁଡ଼ିକୁ ତରଳରେ ପକାଯାଇଥିଲା ଏବଂ ଦ୍ବିତୀୟରେ ଶୁଷ୍କ ପରିବେଶରେ ରଖାଯାଇଥିଲା। ବୈଜ୍ଞାନିକଙ୍କ ମୁତାବକ,ସାମାନ୍ୟ ତାପମାତ୍ରା କିମ୍ବା ଶୀତଦିନେ ଏହି କଣ ଅଧିକ ସମୟ ଯାଏଁ ସଂକ୍ରମଣକାରୀ ରହିପାରିବେ।

   Related Posts