କୋଭିଡ୍-୧୯ ନିୟମ ଉଲଂଘନ କରି ୨୪ ଘଣ୍ଟାରେ ୧୪୭ ମାମଲା, ୧୦୩ ଗିରଫ

Published By : Prameya-News7 Bureau | April 15, 2020 IST

ଭୁବନେଶ୍ବର ୧୫.୦୪- ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଏପ୍ରିଲ ୧୪ରୁ ଅପ୍ରେଲ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୪୭ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୩୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‌ କ୍ବାରାଣ୍ଟାଇନ୍‌ ଉଲ୍ଲଂଘନ, ୩ଟି ଗୁଜବ ସୃଷ୍ଟି ଏବଂ ୧୦ଟି ଅନ୍ୟାନ୍ୟ କାରଣ ପାଇଁ ହୋଇଥିବା ଜଣାଯାଇଛି । ବିଭିନ୍ନ ଅଭିଯୋଗରେ ୧୦୯ ଜଣଙ୍କୁ ଗିରଫ କରାଯାଇଛି ।

ସେପଟେ  କୋଭିଡ୍‌୧୯ ନମୁନା ପରୀକ୍ଷଣ  ସ୍ଥିତି ତଥ୍ୟ ମୁତାବକ, ବୁଧବାର ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୫୫୩୭ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।  ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ୧୧୩ ଜଣ କରୋନା ସନ୍ଦିଗ୍ଧଙ୍କୁ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ ବାସରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.