Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ସାରା ବିଶ୍ବରେ ଆତଙ୍କ ଖେଳାଇ ଥିବା କରୋନାର ଖୁବ୍ ଶୀଘ୍ର ହୋଇପାରେ ଅନ୍ତ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ହେବ କରୋନା ଭାକସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ

28/03/2020 at 7:52 PM

ନୂଆଦିଲ୍ଲୀ ୨୮।୩: ବିଶ୍ବରେ କରୋନା ଭାଇରାସ୍ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବିଢି ଚାଲିଛି । ଚୀନ୍ ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶଙ୍କ ତାଲିକାରେ ରହିଛି ଇଟାଲୀ, ଆମେରିକା, ସ୍ପେନ୍, ଫ୍ରାନ୍ସ ଭଳି ଦେଶ । ବିଶେଷକରି ଆମେରିକା ଓ ୟୁରୋପରେ ତାଣ୍ଡବ କରୁଛି କରୋନା ଭାଇରସ୍ ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ବରେ ବଢୁଛି ସିନା କମୁନି । ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଚୀନ୍, ଇଟାଲୀ ପରେ ଏବେ ଆମେରିକା ଏହି ଭାଇରସ୍ ଦ୍ବାରା ଅଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଛି । କାରଣ ପ୍ରତିଦିନ ଆମେରିକାରେ ଏହି ଭାଇରସ୍‌ରେ ଶହ ଶହ ଲୋକ ଆକ୍ରାନ୍ତ ହେଉଛନ୍ତି । ଏବେ ସୁଦ୍ଧା ଆମେରିକାରେ ଏହି ଭାଇରସ୍‌ରେ ୧ ଲକ୍ଷ ୪ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇ ସାରିଲେଣି । ଯାହା ବିଶ୍ବରେ ସର୍ବାଧିକ । ଏହି ଭାଇରସ୍ ଯୋଗୁଁ ଆମେରିକାରେ ଏବେ ସୁଦ୍ଧା ୧୭ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

ତେବେ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଇଟାଲୀରେ ୯ ହଜାର ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଗୋଟିଏ ଦିନରେ ଇଟାଲୀରେ ୯୧୯ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ବିଶ୍ବରେ ସର୍ବାଧିକ । ଏଠି ୮୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି ।

ଏହା ତଳକୁ ସ୍ପେନ୍‌ରେ ୫ହଜାରର ଏକ ଶହରୁ ଅଧିକ ଲୋକ ଓ ଫ୍ରାନ୍ସ‌ରେ ୧୯୯୫ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଇରାନ୍‌ରେ ୨ ହଜାର ୫୧୭ ଜଣଙ୍କଠାରୁ ଅଧିକ ଓ ଇଂଲଣ୍ଡରେ ୭୫୯ ଲୋକଙ୍କ ଠାରୁ ଅଧିକଙ୍କ ମୃତ୍ୟୁ ହୋଇଛି ।

ତେବେ କେବେ ଶେଷ ହେବ କରୋନା ଆତଙ୍କ ? ବିଶ୍ବରେ ଆଉ କେତେ ମୁଣ୍ଡ ନେବ ଏହି ଭାଇରସ୍ ? କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ବାହାରି ନଥିବା ବେଳେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ? ସେପଟେ କରୋନା ଭାକସିନ୍ ଟୀକା ପରୀକ୍ଷା ଆରମ୍ଭ ହୋଇଛି । ଏନେଇ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଆସିଛି ଭଲ ଖବର । କରୋନା ଭାକସିନ୍ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା କରାଯିବା ନେଇ ଘୋଷଣା କରିଛି ଏହି ବିଶ୍ବବିଦ୍ୟାଳୟ । ଏହି ଟୀକା ପ୍ରୟୋଗ ପାଇଁ ୧୮ରୁ ୫୫ବର୍ଷ ବୟସର ସୁସ୍ଥ ସ୍ବେଚ୍ଛାସେବୀଙ୍କ ସ୍କ୍ରିନିଂ ଚାଲିଛି । ଯଦି ଏହା ସଫଳ ହୁଏ ତେବେ କରୋନା ମୁକାବିଲା କରିବାରେ ବେଶ୍ ସହାୟକ ହେବ ।

ନୋବେଲ ବିଜେତା ଆମେରିକୀୟ-ବ୍ରିଟିଶ-ଏସ୍ରାଏଲି ବାୟୋଫିଜିସିଷ୍ଟ ମାଇକେଲ୍ ଲେଭିଟ୍ ଆଶା ପ୍ରକଟ କରିଛନ୍ତି କରୋନା ମହାମାରୀର ଆତଙ୍କ ଖୁବ ଶୀଘ୍ର ଶେଷ ହୋଇଯିବ । ବିଶ୍ବବ୍ୟାପୀ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଭାଇରସର ପ୍ରଭାବ ଧୀରେ ଧୀରେ ଥମିଯିବ ବୋଲି ସେ କରିଛନ୍ତି । ତେବେ କରୋନା ମହାମାରୀରୁ ନିସ୍ତାର ପରେ ବେକାରୀ ସମସ୍ୟା ବଢିପାରେ । ଅର୍ଥନୈତିକ ମାନ୍ଦାବସ୍ଥା ସହ ଆତ୍ମହତ୍ୟା ସଂଖ୍ୟା ବି ବଢିପାରେ । ଏହାର ମୁକାବିଲା ନେଇ ଏବେଠୁ ଅଣ୍ଟା ଭିଡିବାର ସମୟ ଆସିଛି ବୋଲି ଲେଭିଟ୍ କହିଛନ୍ତି ।

   Related Posts