Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏଣିକି ଭାରତୀୟମାନେ ଯାଇପାରିବେ ୟୁରୋପ, ୭ଟି ୟୁରୋପୀୟ ଦେଶରେ କୋଭିଶିଲ୍ଡ ଭ୍ୟାକସିନକୁ ଗ୍ରୀନ୍‌ ପାସ୍‌

1/07/2021 at 4:06 PM

ନୂଆଦିଲ୍ଲୀ ୦୧/ ୦୭ : କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପୀୟ ସମୂହ ଅନୁମତି ନଦେବା ପରେ ଭାରତ ସରକାର କଡ଼ା ଆପତ୍ତି ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ । କିନ୍ତୁ ଏହାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଖୁସିଖବର ମିଳିଛି । ୟୁରୋପୀଆନ୍ ୟୁନିଅନରେ ସାମିଲ ଥିବା ୭ଟି ଦେଶ କୋଭିଶିଲ୍ଟ ଟିକା ନେଇଥିବା ବ୍ୟକ୍ତିଙ୍କୁ ନିଜ ଦେଶକୁ ପ୍ରବେଶ ପାଇଁ ଗ୍ରୀନ୍ ସିଗ୍‌ନାଲ ଦେଇଛନ୍ତି । ଏହାର ଅର୍ଥ ଯେଉଁମାନେ କୋଭିଶିଲ୍ଡ ଟିକା ନେଇଥିବେ ସେମାନଙ୍କ ଏହି ୭ଟି ଦେଶରେ ପ୍ରବେଶ ପାଇଁ ଭିସା ମିଳିବ । ଅଷ୍ଟ୍ରେଲିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ୍, ଆଇଜଲ୍ୟାଣ୍ଡ, ଆୟର୍ଲାଣ୍ଡ ଏବଂ ସ୍ପେନ୍ କୋଭିଶିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି । ତେବେ ଯେଉଁମାନେ କୋଭିଶିଲ୍ଡ ଟିକା ନେଇଛନ୍ତି ସେମାନେ କୋ-ଓ୍ୱିନ ଆପ୍ ମାଧ୍ୟମରେ ଟିକାକରଣର ପ୍ରମାଣପତ୍ର ଦେଖାଇଲେ ଏହାକୁ ଏହି ୭ଟି ଦେଶ ଗ୍ରହଣ କରିବା ସହ ଭିସା ପ୍ରଦାନ କରିବେ। ତେବେ ଏହା ପୁର୍ବରୁ ଆମେରିକାର ଫାଇଜର, ମଡେର୍ଣ୍ଣା(ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଟିକା) ଏବଂ ଜନସନ୍ ଆଣ୍ଡ୍ ଜନସନ୍‌ ଟିକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ ପାସ୍ ଦେବାକୁ ୟୁରୋପିଆନ ୟୁନିୟନ ଅନୁମତି ଦେଇଥିଲା ।

ଅନ୍ୟପଟେ ଭାରତର ଅନେକ ବ୍ୟକ୍ତି ପାଠ ପଢ଼ା ତଥା ଚାକିରି ପାଇଁ ୟୁରୋପ ଯାଇଥାନ୍ତି । କିନ୍ତୁ ୟୁରୋପୀଆନ୍ ୟୁନିଅନ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିବାରୁ ସମସ୍ୟା ଉପୁଜିଥିଲା । କୋଭିଡ ପରେ ଏବେ ବିଦେଶ ଯିବାକୁ ହେଲେ ଗ୍ରୀନ୍ ପାସର ଆବଶ୍ୟକ ରହିଛି। ଏହି ଗ୍ରୀନ ପାସ ହେଲା କିଏ କେଉଁ ଟିକା ନେଇଛନ୍ତି। ଯଦି ସେହି ଟିକାକୁ ସଂପୃକ୍ତ ଦେଶ ମଞ୍ଜୁରୀ ଦେଇଥିବ ତାହେଲେ ଜଣେ ଗ୍ରୀନ୍ ପାସ ପାଇବାକୁ ହକଦାର । ୟୁରୋପ କିନ୍ତୁ କୋଭିଶିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇନଥିଲା । ଏବେ ଭାରତ ସରକାର ଏହାକୁ ବିରୋଧ  କରିବା ପରେ କୋଭିଶିଲ୍ଡ ଟିକାକୁ ୭ଟି ଦେଶ ଅନୁମତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପୀଆନ୍ ୟୁନିଅନ ଅନୁମତି ନଦେବା ପରେ ଭାରତ ସରକାର ଏହାକୁ ନେଇ କଡ଼ା ଆପତ୍ତି ଜଣାଇଥିଲେ। ଯେସାକୁ ତେସା ନୀତିରେ ଭାରତ ସରକାର କହିଥିଲେ ଯଦି କୋଭିଶିଲ୍ଡ ଓ କୋଭାକ୍ସିନକୁ ୟୁରୋପୀଆନ୍ ୟୁନିଅନ ଅନୁମତି ନଦେବ ତାହେଲେ ଯେଉଁମାନେ ୟୁରୋପୀଆନ୍ ୟୁନିଅନରୁ ଭାରତକୁ ଆସିବେ ସେମାନଙ୍କ ଭ୍ୟାକସିନ୍ ସାର୍ଟିଫିକେଟକୁ ଗ୍ରହଣ କରାଯିବ ନାହିଁ। ତେଣୁ ସେମାନଙ୍କୁ ୧୪ ଦିନିଆ ସଙ୍ଗରୋଧରେ ରହିବାକୁ ହେବ ବୋଲି ଭାରତ ସରକାର ଘୋଷଣା କରିଥିଲେ ।

ୟୁରୋପର ୭ ଦେଶ ଯଦିଓ କୋଭିଶିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି ହେଲେ କୋଭାକ୍ସିନକୁ କେବେ ଅନୁମତି ଦେବେ ସେ ନେଇ ଏବେ ମଧ୍ୟ ସସ୍‌ପେନ୍ସ ଜାରି ରହିଛି । କିନ୍ତୁ କୋଭିଶିଲ୍ଟ ଟିକାକୁ ୭ଟି ଦେଶ ଅନୁମତି ଦେବା ପଛର କାରଣ ଆଷ୍ଟ୍ରାଜେନିକା ଟିକା ବୋଲି କୁହାଯାଉଛି । କାରଣ ଏହି ସାତ ଦେଶ ପୂର୍ବରୁ ଭାକ୍ସଜେଭରିଆ ଟିକାକୁ ଅନୁମତି ଦେଇଛନ୍ତି। ଏହି ଟିକା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ମିଳିତ ଉଦ୍ୟମରେ ବିକଶିତ ହୋଇଛି। ସେହିପରି କୋଭିଶିଲ୍ଡ ମଧ୍ୟ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ମିଳିତ ଉଦ୍ୟମରେ ତିଆରି ହୋଇଛି। ଭାରତରେ ଏହି ଟିକା ସେରମ୍ ଇନଷ୍ଟିଚ୍ୟଟ୍ ଅଫ୍ ଇଣ୍ଡିଆ ଦ୍ୱାରା କୋଭିଶିଲ୍ଡ ନାଁରେ ତିଆରି ହେଉଛି। ତେଣୁ କୋଭିଶିଲ଼୍ଡକୁ ୟୁରୋପର ୭ଟି ଦେଶ ଅନୁମତି ଦେଇଛନ୍ତି । ଭାରତୀୟ ଟିକା କୋଭାକ୍ସିନ ଏବଂ ଋଷ ନିର୍ମିତ ସ୍ପୁଟନିକ୍-ଭି କୁ କିନ୍ତୁ କୌଣସି ୟୁରୋପୀୟ ଦେଶ ଅନୁମତି ଦେଇ ନାହାନ୍ତି।

   Related Posts