Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

‘୨୦୨୧ ଜାନୁଆରୀ ସୁଦ୍ଧା ଦେଶରେ ସୁଲଭ ଉପଲବ୍ଧ ହୋଇପାରେ କୋଭିଡ୍‌ ଟିକା’- ପୁନାଓ୍ବାଲା

4/11/2020 at 11:11 PM

ନୂଆଦିଲ୍ଲୀ ୪/୧୧: କରୋନା ମହାମାରୀ ବିଶ୍ବରେ ସଂହାରଲୀଳା ଚଳାଇଥିବା ବେଳେ ଭ୍ୟାକସିନ୍‌କୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି। କିନ୍ତୁ ଏବେ ସସ୍‌ପେନ୍ସ ଉପରେ ପୂର୍ଣ୍ଣଛେଦ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା କରୋନା ଟିକା ଦେଶରେ ଉବଲବ୍ଧ ହୋଇପାରେ ବୋଲି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଆଦାର ପୁନାଓ୍ବାଲା କହିଛନ୍ତି। ସଠିକ ସମୟରେ ରେଗୁଲେଟୋରି ବଡି କରୋନା ଭ୍ୟାକ୍‌ସିନ୍‌ ପାଇଁ ଅନୁମତି ଦେଇ ଦେଲେ କରୋନା ଟିକା ଠିକ୍‌ ସମୟରେ ଉପଲବ୍ଧ ହୋଇପାରିବ ବୋଲି ପୁନାଓ୍ବାଲା କହିଛନ୍ତି।

ଇଣ୍ଡିଆ ଓ ଇଂଲଣ୍ଡରେ କରୋନା ଟିକାର ସଫଳ ପରୀକ୍ଷଣ ସାଙ୍ଗକୁ ଯଦି ରେଗୁଲେଟୋରି ବଡି ସଠିକ୍‌ ସମୟରେ ଅନୁମତି ପ୍ରଦାନ କରେ ତେବେ ୨୦୨୧ ଜାନୁଆରୀରେ କରୋନା ଟିକା ଉପଲବ୍ଧ ହୋଇପାରିବ ବୋଲି ମିଣ୍ଟକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ପୁନାଓ୍ବଲା। ଏହି ଟିକା ପ୍ରତିରୋଧକ ଓ ପ୍ରଭାବଶାଳୀ ହେବା ପରେ ହିଁ ସମ୍ଭବ ବୋଲି ସେ କହିଛନ୍ତି।

ତେବେ ଏସଆଇଆଇ ବ୍ରିଟିଶ୍‌ ଫାର୍ମା ଆଷ୍ଟ୍ରାଜେନିକା ସହଯୋଗରେ ପ୍ରଭାବଶାଳୀ କରୋନା ଟିକା କୋଭିସିଲ୍ଡର ପ୍ରସ୍ତୁତିରେ ଲାଗିଛି। କୋଭିସିଲ୍ଡ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ହୋଇଥିବା ବେଳେ ନିମ୍ନ ଓ ମଧ୍ୟମ ଆର୍ଥିକ ବ୍ୟବସ୍ଥା ବିଶିଷ୍ଟ ଦେଶକୁ ଟିକା ଯୋଗାଇବା ଲକ୍ଷରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହାର ପ୍ରସ୍ତୁତି କରୁଛି।

ବ୍ରିଟିଶ୍‌ ମେଡିକାଲ୍‌ ଜର୍ଣ୍ଣାଲ ‘ଦି ଲାନ୍‌ସେଣ୍ଟ’ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରଭାବଶାଳୀ କରୋନା ଟିକା ଦ୍ବାରା ୧୮ରୁ ୫୫ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଡୁଆଲ ଇମ୍ୟୁନ୍‌ ରେସପନ୍ସ ଦେଖିବାକୁ ମିଳିଛି। ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଟିକାର ଦୁଇ ଡୋଜ୍‌ ଅଧିକ ପ୍ରଭାବଶାଳୀ ହେଉଥିବା ବେଳେ ସିଙ୍ଗଲ୍‌ ଡୋଜ୍‌ ଉପରେ ମଧ୍ୟ ପରୀକ୍ଷା କରାଯାଉଛି।

ଅନ୍ୟପଟେ ଟିକା ଆସନ୍ତାବର୍ଷ ଆରମ୍ଭରୁ ଉପଲବ୍ଧ ହୋଇଯିବାକୁ ଆଶା ଥିଲେ ମଧ୍ୟ ଏହାର ଦାମକୁ ନେଇ ମଧ୍ୟ ଦ୍ବନ୍ଦ୍ବ ଉପୁଜିଥିଲା। କିନ୍ତୁ ସରକାର ଏହାକୁ କମ୍‌ ଦାମରେ ଲୋକଙ୍କୁ ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଥିବା ଏସ୍ଆଇଆଇର ସିଇଓ ପୁନାଓ୍ବାଲା କହିଛନ୍ତି।

ପ୍ରଥମରୁ ୬୦-୭୦ ମିଲିୟନ ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ଥିବା ବେଳେ ପରେ ଏହାକୁ ବଢ଼ାଇ ମାସକୁ ୧୦୦ ମିଲିୟନ ଡୋଜ୍‌ ପ୍ରସ୍ତୁତ କରାଯିବ ବୋଲି ଏସଆଇଆଇ ପକ୍ଷରୁ ସୂଚନା ମିଳିଛି। ତେବେ ଏନେଇ ଟିକାର ଅଧିକ ଡୋଜ୍‌ ପ୍ରସ୍ତୁତ କରିବା ଓ ବିତରଣ କରିବା ପାଇଁ ଏସଆଇଆଇ, ଗାଭି, ଦ ଭ୍ୟାକସିନ୍‌ ଆଲିଆନ୍ସ ଏବଂ ବିଲ୍‌ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍‌ ସହ ଚୁକ୍ତି କରିଥିବା ଜଣାପଡ଼ିଛି।

   Related Posts