'ମିଙ୍କ୍‌'ଙ୍କଠାରେ ମିଳିଥିବା କୋଭିଡ-୧୯ ଭୂତାଣୁ ୭ଟି ଦେଶର ଲୋକଙ୍କଠାରେ ଦେଖାଯାଇଛି, ଚିନ୍ତାରେ ବୈଜ୍ଞାନିକ

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ,୧୯/୧୧: ମନୁଷ୍ୟ ଶରୀରରେ ଚିହ୍ନଟ ହୋଇଥିବା ସାର୍ସ-କୋଭିଡ୍-୧୯ ଭାଇରସ ୭ଟି ଦେଶରେ ଦେଖାଯାଇଥିବା ମିଙ୍କ୍ ଶରୀରରେ ମଧ୍ୟ ଠାବ ହୋଇଛି । ମିଙ୍କ ହେଉଛି ଏକ ସ୍ତନ୍ୟପାୟୀ ପ୍ରାଣୀ । ଏକ ବୈଜ୍ଞାନିକ ଗବେଷଣାରୁ ଏହି ତଥ୍ୟ ମିଳିଛି । ମିଙ୍କଠାରେ ଦେଖାଯାଉଥିବା ଭାଇରସର ଏହି ମ୍ୟୁଟେସନ୍ ଏବେ ମଣିଷଙ୍କଠାରେ ମଧ୍ୟ ଦେଖାଯାଇଛି ।

ଡେନମାର୍କର ପବ୍ଲିକ ହେଲଥ୍ ବଡିର ଗବେଷଣାରୁ ଏହି ତଥ୍ୟ ମିଳିଛି । ତଥ୍ୟରେ ଉଲ୍ଲେଖ ଅଛି ଯେ, ଡେନମାର୍କ, ନେଦରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ୱିଜରଲାଣ୍ଡ, ପାରୋ ଆଇଲ୍ୟାଣ୍ଡ୍, ଋଷିଆ ଓ ଆମେରିକାର ଅନେକ ମିଙ୍କ୍ ଠାରେ କୋଭିଡ-୧୯ ଭାଇରସ ଠାବ ହୋଇଛି । ରିପୋର୍ଟ ପରେ ଏହି ଦେଶର କୃଷକମାନେ ଗତ କିଛିଦିନ ହେଲା ହାଜର ହଜାର ସଂଖ୍ୟାରେ ମିଙ୍କ୍‌ଙ୍କୁ ମାରି ପକାଇଛନ୍ତି ।ଏହାକୁ ନେଇ ଡେନମାର୍କର କୃଷିମନ୍ତ୍ରୀ ମୋଗେନ୍ସ ଜେନସନ୍ ଇସ୍ତଫା ଦିଅନ୍ତୁ ବୋଲି ଚାପ ପଡୁଛି ।

ଏସଏସଆଇ ନିର୍ଦ୍ଦେଶକ କାରେ ମୋଲବ୍ୟାକ୍ କହିଛନ୍ତି ଯେ. ଏହି ମିଙ୍କଙ୍କ ଶରୀରରେ ଆଣ୍ଟିବଡିକୁ ନଷ୍ଟ କରୁଥିବା ଉପାଦାନ ଠାବ ହୋଇଥିଲା । ତେବେ ତାଙ୍କ ପାଖରେ ଡେନମାର୍କ ବାହାରେ ଏପରି କୌଣସି ମିଙ୍କକୁ ମାରି ଦିଆଯାଇଥିବା ରିପୋର୍ଟ ନଥିବା କହିଛନ୍ତି । ୟୁନିଭର୍ସିଟି କଲେଜ୍ ଲଣ୍ଡନର ଜେନେଟିକ୍ ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଫ୍ରାଙ୍କୋଇସ୍ ବାଲୋକ୍ସ କହିଛନ୍ତି ଯେ,  ବୈଜ୍ଞାନିକମାନେ କିଛି ସ୍ଥାନରେ ମିଙ୍କ୍ ଶରୀରରେ ଭାଇରସ ଚିହ୍ନଟ କରିଛନ୍ତି । ଏହି ପ୍ରଜାତିର ମିଙ୍କ୍ ୭ଟି ଦେଶରେ ରହିଛନ୍ତି । ଡେନମାର୍କରେ ପ୍ରଥମେ ଏହି ପ୍ରଜାତିର ମାତ୍ର ୨୦ ମିଙ୍କଠାରେ ଏହି ଜେନୋମ୍ ଚିହ୍ନଟ ହୋଇଥିଲା ।  କିନ୍ତୁ ଗତ ସପ୍ତାହରେ ୬୦୦୦ ମିଙ୍କଙ୍କ୍ ନମୂନା ପରୀକ୍ଷଣ ହୋଇଥିଲା । ଯେଉଁଥିରେ ୩୦୦ଟି ମିଙ୍କଠାରେ ଭାଇରସ ଠାବ ହୋଇଥିଲା । ଏଥିରେ ଭୟ କରିବାର ନାହିଁ । ଡେନମାର୍କରେ  ମିଙ୍କଙ୍କୁ ଚାଷ ମଧ୍ୟ କରାଯାଏ । ଏଠାରେ ଲୋକସଂଖ୍ୟା ତୁଳନାରେ ମିଙ୍କ୍ ସଂଖ୍ୟା ଅଧିକ ।

ୟୁନିଭର୍ସିଟି ଅଫ୍ ୟର୍କର ପ୍ରଫେସର ଶେଷାଦ୍ରି ଭାସନ କହିଛନ୍ତି ଯେ, ଡେନମାର୍କର ତଥ୍ୟ ଭୁଲ ହୋଇପାରେ । କିନ୍ତୁ  ନେଦରଲ୍ୟାଣ୍ଡରେ ୬, ଦକ୍ଷିଣ ଆଫ୍ରିକା ଓ ସ୍ୱିଜରଲ୍ୟାଣ୍ଡରେ ୨ଟି ଲେଖାଏଁ, ଫାରୋ ଆଇଲ୍ୟାଣ୍ଡ, ଋଷିଆ ଓ ଆମେରିକାରେ ଗୋଟିଏ ଲେଖାଏଁ ମିଙ୍କଠାରେ କୋଭିଡ୍ ଭାଇରସର ମ୍ୟୁଟେସନ୍ ଠାବ ହୋଇଛି । କେଉଁ କାରଣରୁ ମିଙ୍କ୍ ଶରୀରରେ ଭାଇରସ ବ୍ୟାପିଛି ତାହାର ପ୍ରକୃତ କାରଣ କହିବା ଅସମ୍ଭବ । ସ୍ଥାନୀୟ ବୈଜ୍ଞାନିକମାନେ ଏନେଇ ଅଧିକ ତଥ୍ୟା ଦେଇପାରିବେ ।

ୟୁସିଏଲ କଲେଜର ପ୍ରଫେସର ଶାରାହ ଏଡଓ୍ୱାର୍ଡଙ୍କ କହିବାନୁସାରେ, ସାର୍ସ-କୋଭିଡ-୨ ଓ୍ୱାଇ ୪୫୩ଏଫ୍ ଏକ ସ୍ପାଇକ୍ ପ୍ରୋଟିନ୍ । ଏହା ଦ୍ୱାରା ସଂକ୍ରମଣ ଆଶଙ୍କା କମ୍ ରହିଛି । ଏହା ମିଙ୍କଠାରୁ ସୃଷ୍ଟି ହୋଇ ମଣିଷଙ୍କୁ ବ୍ୟାପିଛି । ଏଥିପାଇଁ ସତର୍କ ଓ ସଚେତନ ରହିବାକୁ ହେବ ।

ସୂଚନାଯୋଗ୍ୟ ଡେନମାର୍କ ହେଉଛି ଏକମାତ୍ର ଦେଶ ଯେଉଁଠି ସରକାର ସାରା ଦେଶରେ ମିଙ୍କକୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନେଦରଲାଣ୍ଡ, ସ୍ପେନ ଓ ଗ୍ରୀସରେ ମଧ୍ୟ ମିଙ୍କ୍‌ଙ୍କୁ ମରାଯାଉଛି । ପୋଲଣ୍ଡରେ ମିଙ୍କଙ୍କୁ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.