କୋଭିଡ୍ ଭ୍ୟାକସିନ୍ ଚ୍ୟାଲେଞ୍ଜ ଟ୍ରାଏଲ୍: ସ୍ୱେଚ୍ଛାସେବୀଙ୍କ ଖୁଲାସା-ଦୁଇ ସପ୍ତାହ ଯାଏଁ ରଖାଯିବ ଲକ୍‌ଅପ୍‌ରେ...

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ ୨୮/୦୯ : କୋଭିଡ-୧୯ ଟୀକା ପରୀକ୍ଷଣରେ ସାମିଲ ହୋଇଥିବା ୧୮ ବର୍ଷ ବୟସ୍କ ଯୁବକ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଦୁଇ ସପ୍ତାହ ଯାଏଁ ଲକଅପରେ ରଖାଯିବ । ସୂଚନାଯୋଗ୍ୟ ଯେ, ବ୍ରିଟେନ ଦୁନିଆର ପ୍ରଥମ କୋଭିଡ-୧୯ ମନବ ପରୀକ୍ଷଣ ଜାନୁଆରୀ କରିବାକୁ ଯାଉଛି । ଯେଉଁଥିରେ ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ଜାଣିଶୁଣି ସଂକ୍ରମିତ କରାଯିବ । ଏହାର ଉଦ୍ଦେଶ୍ୟ ହେଲା ପ୍ରୟୋଗ ହୋଇଥିବା ଟୀକାର ପ୍ରଭାବ ପତା କରିବା ।

ପରୀକ୍ଷଣରେ ସାମିଲ ସ୍ବେଚ୍ଛାସେବୀ ଅଲାଷ୍ଟେୟର ଫ୍ରେଜର ବିବିସି ରେଡିରେର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, "ମୁଁ ପରୀକ୍ଷଣରେ ସାମିଲ ହେବାକୁ ଏଇଥିପାଇଁ ପ୍ରସ୍ତୁତ ଅଛି କାରଣ ଏହା ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଜରୁରୀ ଏବଂ ଶୀଘ୍ର ଦୁନିଆକୁ ମହାମାରୀରୁ ବାହାର କରିପାରିବ ।" ତେବେ କେଉଁ ଟୀକାର ପରୀକ୍ଷଣ କରାଯିବ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

ପରୀକ୍ଷଣରେ ସାମିଲ ସ୍ବେଚ୍ଛାସେବୀଙ୍କୁ ପୂର୍ବ ଲଣ୍ଡନର ଏକ କ୍ଲିନିକରେ ଦୁଇ ସପ୍ତାହ ଯାଏଁ ରଖି ତଦାରଖ କରାଯିବ । ଏହି ସମୟରେ ପରୀକ୍ଷଣରେ ସାମିଲ ୧୦୦-୨୦୦ ସ୍ବେଚ୍ଛାସେବୀମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମଧ୍ୟରେ ଅଧିକ ସମୟ ଯାଏଁ ଭାଇରସର ଲକ୍ଷଣ ହ୍ରାସ ନ ପାଇଲେ ବନ୍ଦ ରଖିବାକୁ ପଡିପାରେ । ସ୍ବେଚ୍ଛାସେବୀ କହିଛନ୍ତି ଯେ, ପରୀକ୍ଷଣ ଜାରି ରହିବା ଯାଏଁ ସେ ରହିବେ । ପରୀକ୍ଷଣରେ ସାମିଲ ହୋଇନଥିବା ଲୋକଙ୍କୁ ସଂକ୍ରମିତ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ସେଥିପାଇଁ ପ୍ରତ୍ୟେକ ସ୍ବେଚ୍ଛାସେବୀଙ୍କୁ ଜୈବ ନିୟନ୍ତ୍ରଣରେ ରହିବା ଆବଶ୍ୟକ ।

ଚ୍ୟାଲେଞ୍ଜ ଟ୍ରାଏଲ ସାଧାରଣତଃ ବୈଜ୍ଞାନିକ ଭ୍ୟାକସିନ ବିକଶିତ କରିବାକୁ କରାଯାଏ । ମ୍ୟାଲେରିଆ, ଟାଇଫଏଡ ଓ ଫ୍ଲୁ ରେ ଚାଲେଞ୍ଜ ଟ୍ରାଏଲ କରାଯାଇଛି । କିନ୍ତୁ କରୋନା ଭାଇରସର ମାମୁଲି ଲକ୍ଷଣ ଥିବା ଲୋକଙ୍କ ଚିକିତ୍ସା ପାଇଁ ପ୍ରଥମଥର ପରୀକ୍ଷଣ କରାଯାଉଛି । ୧୮ ଦଶକରେ ଏଡ଼ୱାର୍ଡ଼ ଜେନେର ୮ ବର୍ଷର ଶିଶୁଙ୍କ ଉପରେ ପ୍ରଥମ ଚ୍ୟାଲେଞ୍ଜ ଟ୍ରାଏଲ କରିଥିଲେ । ସେ ତାଙ୍କୁ କାଉପାକ୍ସ ଭାଇରସର ଟୀକା ଦେଇ ଚେଚକରେ ସଂକ୍ରମିତ କରିଥିଲେ । ଶିଶୁକୁ ସଂକ୍ରମଣରୁ ସୁରକ୍ଷା ମିଳିଛି ନା ନାହିଁ ତାହା ପତା କରିବା ଥିଲା ତାଙ୍କର ଉଦ୍ଦେଶ୍ୟ ।

ମହାମାରୀ ଆରମ୍ଭରେ ଚ୍ୟାଲେଞ୍ଜ ପରୀକ୍ଷଣକୁ କରୋନା ଭାଇରସ ଯୋଗୁଁ ନଜର ଅନ୍ଦାଜ କରାଯାଇଥିଲା । ସ୍ବେଚ୍ଛାସେବୀଙ୍କ ଉପରେ ଭାଇରସ ସଂକ୍ରମଣ ଦ୍ୱାରା ହେବାକୁଥିବା ପ୍ରଭାବକୁ ନେଇ ବୈଜ୍ଞାନିକ ଭୟଭୀତ ଥିଲେ । କିନ୍ତୁ ଗବେଷଣାରେ ଜଣାପଡିଥିଲା ଯେ କରୋନା ଭାଇରସ ଉପରେ ମଧ୍ୟ ଚ୍ୟାଲେଞ୍ଜ ଟ୍ରାଏଲ କରାଯାଇପାରିବ । ଯୁବ ଓ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ କରୋନା ସଂକ୍ରମଣ ଜନିତ ମୃତ୍ୟୁ ବିପଦ କମ ରହିଛି ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.