କୋଭିଡ୍-୧୯ ଟିକାକରଣ ପ୍ରକ୍ରିୟାରେ ସାମିଲ ହେବେ ୭୦୦୦୦ ସ୍ୱାସ୍ଥ୍ୟକର୍ମୀ, ଘରୋଇ କ୍ଷେତ୍ରରୁ ୩୦ ହଜାର

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଲୀ,୨୯/୧୧:     ବିଭିନ୍ନ କରୋନା ଭାକସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଁଚିଛି । ସରକାର ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ କିପରି ହେବ ତାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସରକାର ଟିକା ପ୍ରଦାନ କରିବା ପାଇଁ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । ୨୦୨୧ ଆରମ୍ଭରେ ୩୦ କୋଟି ଦେଶବାସୀଙ୍କୁ ଟିକା ପ୍ରଦାନ କରାଯିବ । ପରେ ଅନ୍ୟ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ।

ଟିକାକରଣ କାର୍ଯ୍ୟକ୍ରମରେ ୭୦ ହଜାର କର୍ମୀ ସାମିଲ ହେବେ । ଘରୋଇ କ୍ଷେତ୍ରରୁ ମଧ୍ୟ ୩୦ ହଜାର କର୍ମଚାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିରେ ଡାକ୍ତର, ନର୍ସ, ଲ୍ୟାବ୍ ଟେକନିସିଆନ୍ ଆଦି ସାମିଲ ହେବେ । ଭାକସିନ୍ ପାଇଁ ସ୍ୱୀକୃତି ମିଳିଗଲେ ଏହି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ।

ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ,  ତାଲିମପ୍ରାପ୍ତ ଟିକାକର୍ମୀ ପ୍ରତି ଘଣ୍ଟାରେ ୩୦ରୁ ୨୫ଜଣଙ୍କୁ ଟିକା ଦେବେ । ୭୦ ହଜାର ସ୍ୱାସ୍ଥ୍ୟକର୍ମୀ ଲୋକଙ୍କୁ ଟିକା ଦେବେ । ଏମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ଟିକା କାର୍ଯ୍ୟକ୍ରମରେ ସାମିଲ ହେବେ । ତେଣୁ ବିଳମ୍ବ ମଧ୍ୟ ହୋଇପାରେ ।

କେନ୍ଦ୍ର ସରକାର ଭାକସିନ୍ କିଣିବା, ବିତରଣ ଓ ଟିକା ପ୍ରଦାନ କରାଯିବା ପ୍ରକ୍ରିୟାକୁ ତଦାରଖ ପାଇଁ ଷ୍ଟ୍ରିମଲାଇନ୍ କରିବେ । ଏଥିପାଇଁ କ୍ୟାବିନ୍ ତିଆରି ହେବ । ଟିକାକର୍ମୀଙ୍କୁ ଡିଜିଟାଲ ଆଇଜିଓଟି ପ୍ଲାଟଫର୍ମ ଜରିଆରେ ଟ୍ରେନିଂ ଦିଆଯିବ । ଏଥିରେ ଏମବିବିଏସ, ଶିଶୁ ରୋଗ ବିଶେଷଜ୍ଞ, ନର୍ସ, ଏଏନଏମ ଓ ଲ୍ୟାବ୍ ଟେକନିସିଆନ ରହିବେ । ସମସ୍ତ ତଥ୍ୟ ଡାଟାବେସରେ ରହିବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.