Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଉତ୍ତରପ୍ରଦେଶର ଗାଁ ଗାଁରେ କରୋନା ପାଲଟିଛି ସାଇଲେଣ୍ଟ କିଲର, ଏକାସଙ୍ଗେ ସଂକ୍ରମିତ ହେଉଛନ୍ତି ୧୦୦ରୁ ଅଧିକ

28/04/2021 at 1:40 PM

ଲକ୍ଷ୍ନୌ ୨୮।୪: ଦେଶର ସବୁଠୁ ରାଜ୍ୟ ଉତ୍ତରପ୍ରଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢି ବଢି ଚାଲିଛି । ସହରାଞ୍ଚଳରେ ସରକାରଙ୍କ ପ୍ରତିବନ୍ଧକର ପ୍ରଭାବ ଦେକିବାକୁ ମିଳୁଥିବା ବେଳେ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳୁନାହିଁ । ଗତ କିଛି ଦିନ ହେବ ଉତ୍ତରପ୍ରଦେଶରେ ଲଗାତର ୩୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ୨୪ ଘଣ୍ଟା ମଧ୍ୟରେ ୩୨,୯୯୩ ନୂଆମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟା ଗତ ଏକ ଦିନ ତଳରେ ସଂଖ୍ୟା ଅନୁପାତରେ ୫୦୦ କମ୍ ରହିଛି । ସୋମବାର ଦିନ ଉତ୍ତରପ୍ରଦେଶରେ ୩୩,୫୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଉତ୍ତରପ୍ରଦେଶ କେତେକ ଜିଲ୍ଲାରେ କରୋନା ଗାଁ ଗାଁରେ ପହଞ୍ଚି ସାରିଲାଣି । କେତେକ ଏମିତି ବି ଅଛି ଯେଉଁଠାରେ ୧୦୦ରୁ ଅଧିକ ଲୋକ ଏକାସଙ୍ଗେ ସଂକ୍ରମିତ ହେଉଛନ୍ତି । ଗାଁଗୁଡିକରେ ଲୋକମାନଙ୍କର ଜ୍ବର, ନିଶ୍ବାସପ୍ରଶ୍ବାସ ନେବା ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ପରେ ସେମାନେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡୁଛି । ଏମିତିରେ ଗାଁ ଗହଳିରେ କରୋନା ବ୍ୟାପିବାରେ ଲାଗିଛି । ଲକ୍ଷ୍ନୌ, ପ୍ରୟାଗରାଜ, ବନାରସ ସମେତ କେତେକ ଅଞ୍ଚଳରେ କରୋନାର ଭୟଙ୍କର ସ୍ଥିତି ଉପୁଜିଛି । ଯୋଗୀ ସରକାର ଲଗାତର କୋଭିଡ୍ ନିୟମ କଡାକଡି କରିବାକୁ କହୁଛନ୍ତି ।

ସଂଖ୍ୟା ଅନୁସାରେ ୧୫ ଅପ୍ରେଲ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୯,୪୮୦ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ୨୫ ଅପ୍ରେଲରେ ୧୧,୧୬୫ରେ ପହଞ୍ଚିଯାଇଛି । ଏହିଭଳି ୧୦ ଦିନରେ ପୁରା ରାଜ୍ୟରେ ମୃତ୍ୟୁ ଦରରେ ପ୍ରାୟ ୧୭.୭୭ ପ୍ରତିଶତ ବୃଦ୍ଧି ହୋଇଛି । ଯେଉଁଠାରେ ଛୋଟ ଛୋଟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା କମ୍ ଥିଲା ସେଠାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି ।

   Related Posts