ରଥଖଳାରେ କାମ କରୁଥିବା ସେବାୟତଙ୍କ କୋଭିଡ୍ ପରୀକ୍ଷଣ ଆରମ୍ଭ, ୩ ଦିନ ଭିତରେ ସରିବ ସମସ୍ତଙ୍କ ଟେଷ୍ଟିଂ

Published By : Prameya-News7 Bureau | May 13, 2020 IST

ପୁରୀ ୧୩।୫: ରଥଖଳାରେ କାମ କରୁଥିବା ସେବାୟତଙ୍କ କୋଭିଡ୍ ଟେଷ୍ଟିଂ ଆରମ୍ଭ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କୋଠରୀକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରି ଏଠାରେ ନମୁନା ସଂଗ୍ରହ ଆରମ୍ଭ ହୋଇଛି । ବିଶ୍ବକର୍ମା ମହାରଣା, ଭୋଇ ସେବାୟତ, କମାର ସେବାୟତଙ୍କ ସହ ପ୍ରାୟ ୧୮୦ ଜଣ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ । ୩ ଦିନ ଭିତରେ ସମସ୍ତଙ୍କ କୋଭିଡ୍ ଟେଷ୍ଟ ସରିବ ।

{"id":269204,"sizeSlug":"large"}

ସ୍ନାନଯାତ୍ରା ଆଉ ଅଳ୍ପଦିନ ବାକିଥିବାରୁ ଦଇତାପତିଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ଦଇତାପତି ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସହ ସ୍ନାନ ଯାତ୍ରା ପୂର୍ବରୁ ସେମାନେ ସଙ୍ଗରୋଧରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

{"id":269205,"sizeSlug":"large"}

ଜୁନ୍ ୫ ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ । ସେଠାରେ ଠାକୁରଙ୍କୁ ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ଆକର୍ଷଣୀୟ ଗଜାନନ ବେଶ କରାଯିବ ।

{"id":269047,"sizeSlug":"large"}

ଆଗାମୀ ୧୭ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ ଅବଧି ଶେଷ ପରେ ପରିଚାଳନା କମିଟି ବୈଠକ ଡକାଯାଇ ଠାକୁରଙ୍କ ସ୍ନାନଯାତ୍ରା ଏବଂ ଅନବସର ନୀତି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏହାସହ ରଥ କାର୍ଯ୍ୟ ଠିକ୍ ସମୟରେ ସରିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.