ପୁରୀ ୧୩।୫: ଆଜିଠାରୁ ରଥ ନିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର ହେବ କୋଭିଡ୍ ପରୀକ୍ଷଣ । ବିଶ୍ବକର୍ମା ମହାରଣା, ଭୋଇ ସେବାୟତ, କମାର ସେବାୟତଙ୍କ ସହ ପ୍ରାୟ ୧୬୦ଜଣ ସେବାୟତଙ୍କ କୋଭିଡ଼ ଟେଷ୍ଟ୍ କରାଯିବ । ସ୍ନାନଯାତ୍ରା ଆଉ ଅଳ୍ପଦିନ ବାକିଥିବାରୁ ଦଇତାପତିଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ଆଗକୁ ସ୍ନାନଯାତ୍ରା ଥିବାରୁ ଦଇତାପତି ମାନଙ୍କର ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସ୍ନାନ ଯାତ୍ରା ପୂର୍ବରୁ ସେମାନେ ସଙ୍ଗରୋଧରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
{"id":269046,"sizeSlug":"large"}ଜୁନ୍ ୫ତାରିଖରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ। ସେଠାରେ ଠାକୁରଙ୍କୁ ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ଆକର୍ଷଣୀୟ ଗଜାନନ ବେଶ କରାଯିବ।
{"id":269047,"sizeSlug":"large"}ଆଗାମୀ ୧୭ତାରିଖ ଦିନ ଲକ୍ ଡାଉନ୍ ଅବଧି ଶେଷ ପରେ ପରିଚାଳନା କମିଟି ବୈଠକ ଡକାଯାଇ ଠାକୁରଙ୍କ ସ୍ନାନଯାତ୍ରା ଏବଂ ଅନବସର ନୀତି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏହାସହ ରଥ କାର୍ଯ୍ୟ ଠିକ୍ ସମୟରେ ସରିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।