Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ସରକାରଙ୍କ ବଡ ପଦକ୍ଷେପ, ଏବେ ୫୦ କୋଟି ଲୋକଙ୍କ ମାଗଣାରେ ହେବ କରୋନା ଯାଞ୍ଚ ଓ ଚିକିତ୍ସା

4/04/2020 at 9:36 PM

ନୂଆଦିଲ୍ଲୀ, ୦୪।୦୪: କୋଭିଡ୍-୧୯ ମହାମାରୀ ଲଢେଇରେ କେନ୍ଦ୍ର ସରକାର ବହୁତ ବଡ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, କରୋନା ଭାଇରସ୍ ସଂକ୍ରମଣର ଯାଞ୍ଚ ଓ ଚିକିତ୍ସା ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଧାରରେ କରାଯିବ। ଏହା ପୂର୍ବରୁ ମଧ୍ୟ ସରକାରୀ ହସ୍ପିଟାଲରେ କୋଭିଡ୍-୧୯ର ଯାଞ୍ଚ ଓ ଚିକିତ୍ସା ମାଗଣାରେ କରାଯାଉଛି। ଏବେ ସରକାର ଏହି ଯୋଜନା ଆଧାରରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଘରୋଇ ଲ୍ୟାବ୍ ଜରିଆରୋ କୋଭିଡ୍-୧୯ର ଯାଞ୍ଚ କରାଇ ପାରିବେ। ଏହି ଯୋଜନା ଅନ୍ତର୍ଗତ ହସ୍ପିଟାଲରେ  କୋଭିଡ୍-୧୯ର ପରୀକ୍ଷଣ ଓ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ହେବ।

ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଧାରରେ ସୂଚିବଦ୍ଧ ହସ୍ପିଟାଲ ନିଜ ସ୍ତରରେ ଟେଷ୍ଟିଙ୍ଗ ସୁବିଧାର ଲାଭ ଦେଇ ପାରିବେ। ସେମାନଙ୍କ ପାଖରେ  ଅଧିକୃତ ପରୀକ୍ଷା ସୁବିଧାର ସାହାଯ୍ୟ ନେବାର ବିକଳ୍ପ ମଧ୍ୟ ଖୋଲା ରହିବ। କୋଭିଡ୍-୧୯ର ଟେଷ୍ଟିଙ୍ଗ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଆଧାରରେ ହେବ। ସମସ୍ତ ଅଧିକୃତ ଘରୋଇ ଲ୍ୟାବକୁ ଆଇସିଏମଆରର ପ୍ରୋଟୋକଲକୁ ଅନୁସରଣ କରିବା ବାଧ୍ୟତାମୂଳକ ହେବ। ଏହି ପ୍ରକାରର ଘରୋଇ ହସ୍ପିଟାଲରେ ମଧ୍ୟ କୋଭିଡ୍-୧୯ର ଚିକିତ୍ସା ଯୋଜନା ଆଧାରରେ ହେବ।

କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଏହି ଅଦ୍ଭୁତପୂର୍ଣ୍ଣ ସଙ୍କଟ ସ୍ଥିତିରେ ଆମେ ତତ୍ପରତାର ସହ ଘରୋଇ ସେକ୍ଟରର ଷ୍ଟେକହୋଲର୍ଡସଙ୍କୁ କୋଭିଡ-୧୯ର ମୁକାବିଲା ପାଇଁ ସାଙ୍ଗରେ ନେବାକୁ ପଡିବ। ଯାହା ଫଳରେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଧାରରେ ଆମେ ଯାଞ୍ଚ ଓ ଚିକିତ୍ସା ସେବାକୁ ବଡ ସ୍ତରରେ ପହଞ୍ଚାଇ ପାରିବା। ଏଥିରେ ଘରୋଇ ହସ୍ପିଟାଲର ପ୍ରମୁଖ ଭୂମିକା ରହିବ। ଏହି ପଦକ୍ଷେପରେ ଗରିବ ବର୍ଗ ପର‌୍ୟ୍ୟନ୍ତ କୋଭିଡ ୧୯ ମହାମାରୀ ସହ ଲଢିବାରେ ସହାୟକ ହେବ।

ବଢିବ ଟେଷ୍ଟିଙ୍ଗର କ୍ଷମତା

ସରକାର ଏହି ନିଷ୍ପତ୍ତି ଏଥିପାଇଁ ନେଇଛନ୍ତି ଯଦ୍ଵାରା ପରୀକ୍ଷା ଓ  ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରିବ। ଆୟୁଷ୍ମାନ ଭାରତ ଯୋଜନା ଆଧାରରେ ଘରୋଇ ହସ୍ପିଟାଲରେ ମଧ୍ୟ ଆଇସିଏମଆରର ଗାଇଡ୍ ଲାଇନ୍ ଅନୁସାରେ ପରୀକ୍ଷା କରାଯାଇ ପାରିବ।

କେଉଁ ଘରୋଇ ଲ୍ୟାବରେ କରାଯାଇ ପାରିବ ପରୀକ୍ଷଣ

ଏହି  ପରୀକ୍ଷଣ କେବଳ ସେହି ଘରୋଇ ଲ୍ୟାବରେ ହୋଇ ପାରିବ ଯାହାଙ୍କ ପାଖରେ ଆରଏନଏ ଭାଇରସ୍ ପିସିଆର ଯାଞ୍ଚ ପାଇଁ ଏନଏବିଏଲର ମାନ୍ୟତା ରହିଛି।

   Related Posts